ରାଜ୍ୟ ପର୍ଯ୍ୟଟନ, କ୍ରୀଡା ଏବଂ ବ୍ରହ୍ମପୁର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ ସିଳ୍କ ସିଟି ଫେଷ୍ଟ…

add-all

ବ୍ରହ୍ମପୁର : ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସିଳ୍କ ସିଟି ଫେଷ୍ଟ ମହା ଆଡମ୍ବରରେ ସହ ପାଳନ କରାଯିବ ବୋଲି ସେ କହିଛନ୍ତି।ଏଥି ସହିତ ରାଜ୍ୟ ସରକାର ଙ୍କ ଦ୍ଵାରା ଆୟୋଜିତ ବିଶ୍ୱ ହକି ଖେଳ ର ମଧ୍ୟ ପ୍ରଚାର ପ୍ରସାର କରାଯିବ।ସିଳ୍କ ସିଟି ଫେଷ୍ଟରେ ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା ସହିତ ମେଗା ନାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ପଲ୍ଲୀଶ୍ରୀ ମେଳାରେ ୧୫୦ଗୋଟି ଷ୍ଟଲ ନିର୍ମାଣ ହେବ।ମିଶନ ଶକ୍ତି ଜରିଆରେ ଏହି ଷ୍ଟଲ ରେ ଖାଦ୍ୟ ଷ୍ଟଲ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜ ନିଜ ଜିନିଷ ବିକ୍ରି କରିବେ। ବ୍ରହ୍ମପୁର ବ୍ୟବସାୟୀ ନିମନ୍ତେ ମଧ୍ୟ ଷ୍ଟଲ ବ୍ୟବସ୍ଥା ରହିଛି।ବ୍ରହ୍ମପୁରର ଏତିହ୍ୟ, କଳା କୁ ପ୍ରଦର୍ଶନ କରାଯିବ।ବ୍ରହ୍ମପୁର ବୁଣାକାର, ବିଭିନ୍ନ ସାମଗ୍ରୀ ତିଆରି କରୁଥିବା ବ୍ୟବସାୟୀ ଙ୍କୁ ସେଠାରେ ନିର୍ମାଣ କରି ବିକ୍ରୀ କରିବା ନିମନ୍ତେ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ସୂଚନା ଦେଇଛନ୍ତି।ବିଭିନ୍ନ କମିଟି ମାଧ୍ୟମରେ ପରିମଳ, ଖାଦ୍ୟର ମାନ୍ୟତା ଯାଞ୍ଚ ସହିତ ସୁରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି ର ଲଗାଯିବ।ପ୍ରତ୍ୟେକ ଦିନ ସନ୍ଧ୍ୟରେ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ମେଗା ଷ୍ଟାର ଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହେବ।ଜିଲ୍ଲାର ଲୋକକଳା, ଲୋକ ନୃତ୍ୟ ପ୍ରାଧ୍ୟାନ ଦିଆଯିବ।ଏଥିସହିତ ବାହାର ରାଜ୍ୟ, ଜିଲ୍ଲାର ଲୋକକଳା ,ଲୋକନୃତ୍ୟ ମଧ୍ୟ ଉକ୍ତ ମାଞ୍ଚ ରେ ପରିବେଷଣ ହେବ ବୋଲି ପିଡ଼ି ଡ଼ିଆର ଡିଏ ଭି କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି।ଅଧିକରୁ ଅଧିକ ପ୍ରଚାର ପ୍ରସାର ହେବା ଦ୍ୱାରା ଅଧିକ ଦର୍ଶକ ଙ୍କ ସମାଗମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପାର୍କିଂ ବ୍ୟବସ୍ଥା ସହିତ ଲୋକମାନେ ଯେଭଳି ସୁରକ୍ଷିତ ଭାବେ ବୁଲି ମହୋତ୍ସବକୁ ଉପଭୋଗ କରିବେ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରା ଯାଇଛି |

ad-week
Leave A Reply

Your email address will not be published.