ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଚିତ୍ରକୋଣ୍ଡା ଜଳ ଭଣ୍ଡାର ରୁ ୪୦୧୨ ଟି ପକ୍ଷୀ ଗଣନା କରାଯାଇଛି…

add-all

ଚିତ୍ରକୋଣ୍ଡା(୧୦/୦୧) : ମାଲକାନଗିରି ଜିଲ୍ଲା ବନଖଣ୍ଡ ଅଧୀନସ୍ଥ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶକ୍ରମେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଭିତରେ କରାଯାଇଥିବା ବେଳେ ବନ ବିଭାଗର ନିଜସ୍ୱ ବୋଟରେ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟ ଠାରୁ ଆଲାମପକା ଏବଂ ଆଲାମପକା ରୁ ଜାନବାଇ ଧନର୍ଯ୍ୟୟଗୁଡ଼ା ପର୍ଯ୍ୟନ୍ତ ନଦୀ ଉପବାହିକା ଗୁଡ଼ିକରେ ପୂର୍ବାହ୍ନ ସମୟରେ ବୁଲି ବୁଲି ପକ୍ଷୀ ଗଣନା କରାଯାଇଥିଲା । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ୦୮ ଜଣ ବନ କର୍ମଚାରୀ, ଜଣେ ଭି.ଏସ.ଏସ., ୦୪ ଜଣ ସ୍କୁଆଡ଼ ୦୪ ନିୟୋଜନ ହୋଇଥିଲେ, ମୋଟ ୪୦୧୨ ପକ୍ଷୀଙ୍କୁ ଚି଼ହ୍ନଟ କରି ଗଣନା କରାଯାଇଥିଲା । ପକ୍ଷୀ ମାନଙ୍କ ଚି଼ହ୍ନଟ ଭିତରେ ଛୋଟ ପାଣି କୁଆ, ଧଳା ବଗ, ବଡ଼ ପାଣି କୁଆ,, କିଙ୍ଗ ଫିଷର, ରାଣୀ ବଗ,ପାଣି ଡ଼ୁବୁକି, ହାଡ଼ଗିଳା, କଳା କାଙ୍କ ଓ ହଁଶରାଳୀ ଏଇଭଳି ସମୁଦାୟ ୪୦୧୨ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା । ଉକ୍ତ ପକ୍ଷୀ ଗଣନା କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ବନପାଳ ମୃତୁଞ୍ଜୟ ସେଠି, ନିରଞ୍ଜନ ସାହୁ ଓ ହରି ହନ୍ତାଳଙ୍କ ସମେତ ଅନ୍ୟ କାର୍ଯ୍ୟାଳୟର ବନପାଳଙ୍କ ସହଯୋଗରେ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.