ଜିଲାପାଳଙ୍କ ଉଦ୍ୟମରେ ଦାରିଙ୍ଗବାଡ଼ିରେ ସଫଳ ହେଲା ଷ୍ଟ୍ରବେରୀ ଚାଷ…

add-all

ଦାରିଙ୍ଗବାଡ଼ି,୧୧/୦୧, ପ୍ରଥମ ଥର ପାଇଁ ଦାରିଙ୍ଗବାଡ଼ିରେ ଆରମ୍ଭ ହୋଇଛି ଷ୍ଟ୍ରବେରି ଚାଷ କନ୍ଧମାଳ ଜିଲ୍ଲାପାଳ ଡ.ଆଶିଷ ଇଶ୍ବର ପାଟିଲଙ୍କ ଉଦ୍ୟମ କ୍ରମେ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ଓ ଓଡ଼ିଶା ଜୀବିକା ମିଶନର ସହଯୋଗ ରେ ଦାରିଙ୍ଗବାଡି ଠାରେ ଷ୍ଟ୍ରବେରି ଚାଷ ସଫଳ ହୋଇଛି। ଜିଲ୍ଲାପାଳ ନୂତନ କରି ଜିଲ୍ଲାରେ ଯୋଗ ଦେବା ପରେ କନ୍ଧମାଳ ଜିଲ୍ଲାର ୬ଟି ବ୍ଲକରେ ଷ୍ଟ୍ରବେରି ଚାଷ ଆରମ୍ଭକରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ୬ଟି ବ୍ଲକ ମଧ୍ୟରୁ ଦାରିଙ୍ଗବାଡି ବ୍ଳକର ଡଃ. ବି.ଆର୍ଆମ୍ବେଦକର ମହାବିଦ୍ୟାଳୟ ସାମ୍ନା ୨ ଏକର ଜମିରେ ଷ୍ଟ୍ରବେରି ଚାଷ ନଭେମ୍ବର ମାସରେ ଆରମ୍ଭ ହୋଇଥିଲା।ଏହି ୨ ଏକର ଜମିରେ ୧୫ ହଜାରରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନା ଜରିଆରେ ୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ଅଟକଳରେ ଜମି ପ୍ରସ୍ତୁତ କରାଯାଇଥିବା ବେଳେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଉଦ୍ୟାନ ବିଭାଗର ଜ୍ଞାନ କୌଶଳରେ ଏହି ଚାଷ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ୬ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ କରାଯାଇଛି। ନଭେମ୍ବର ମାସରେ ଚାରା ରୋପଣ କରାଯାଇଥିବା ବେଳେ ଜାନୁଆରୀ ମାସ ଆରମ୍ଭରେ ଷ୍ଟ୍ରବେରି ଆଦାୟ ଆରମ୍ଭ ହୋଇଯାଇଛି । ଏହି ଚାଷରେ କୌଣସି ପ୍ରକାର ରାସାୟନିକ ସାର ପ୍ରୟୋଗ କରାଯାଇ ନାହିଁ। କେବେଳେ ଜୈବିକ ସାରର ବ୍ୟବହାର କରାଯାଇଛି । ତିନି ବିଭାଗ ସମନ୍ଵୟରେ ଚାଷ ଆରମ୍ଭ ହୋଇଥିବା ବେଳେ କୁତୁବାଡ଼ି ଗ୍ରାମର ଏଲିଯାବେଥ ମହିଳା ସ୍ଵୟଂସହାୟକ ଗୋଷ୍ଠିଙ୍କୁ ଏହାର ତଦାରଖ ଦାଇତ୍ଵଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ପାୟ ୩୦କିଲୋରୁ ୩୫ କିଲୋ ଷ୍ଟ୍ରବେରି କିଲୋ ପ୍ରତି ୪୦୦ ରୁ ୫୦୦ ଟଙ୍କା ମଧ୍ୟରେ ବିକ୍ରୟ କରାଯାଇଥିବା ବେଳେ ଅମଳ ଜାରି ରହିଛି । ଦାରିଙ୍ଗବାଡି ଶୀତମହୋତ୍ସବରେ ଏହାର ବେଶ୍ ଚାହିଦା ରହିଛି । ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ମୃତ୍ତିକା ସଂରକ୍ଷଣ ବିଭାଗ ପିଆଇଏ ହୃଷୀକେଶ ପ୍ରଧାନ, ଏସସିଡବ୍ଲ ଅନନ୍ତ ଜେନା, ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରୀ ନୀଳାଞ୍ଚଳ ପଣ୍ଡା, ଓଡ଼ିଶା ଜୀବିକା ମିଶନର ବିପିଏମ ପିଣ୍ଡୁ ନାୟକ ସମେତ ସ୍ଵୟଂ ସହାୟକ ଗୋଷ୍ଠିର ମହିଳାମାନେ ଉକ୍ତ ପ୍ରକଳ୍ପକୁ ସଫଳ କରିଥିବା ବେଳେ ଆଗାମୀ ଦିନରେ ଉକ୍ତ ଚାଷ କରିବା ପାଇଁ ଅଞ୍ଚଳର ଅନେକ ଚାଷୀ ମନ ବଳାଇଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.