ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ହକିର ସିଧାପ୍ରସାରଣ…

add-all

ଛତ୍ରପୁର : ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ହକି ବିଶ୍ୱକପ୍ ର ଉଦଘାଟନୀ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଯୋଗ ଦେଇ ହକି ବିଶ୍ୱକପ୍ ଆମ ରାଜ୍ୟ ପାଇଁ ଗୌରବ ବୋଲି କହିବା ସହ ମହାବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତି ଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଏଲଇଡି ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରୀ ମାନେ ହକି ଖେଳର ସିଧା ପ୍ରସାରଣ ଦେଖିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁମିତା ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟାପିକା କବିତା ସାହୁ, ଡ. ଯାଜ୍ଞସିନୀ ପାଣିଗ୍ରାହୀ, ଦୀପ୍ତି ନନ୍ଦ, ଡ. ସୁଜାତା ବେହେରା, ଅଞ୍ଜଳି ସେଠୀ ଓ ମମତା ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.