ଦୁଇଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ…

add-all

ଫୁଲବାଣୀ : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଭାରତ ସରକାର ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ,୨୦୦୮ କନ୍ଧମାଳ ଦ୍ଵାରା ୨ ଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଫୁଲବାଣୀ ବି ଏଡ କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ ଉଦଘାଟନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କ ସଭାପତିତ୍ଵ ରେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସରକାରୀ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଡଃ ସୁଦାମ ଚରଣ ମଲ୍ଲିକ ,ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହ୍ନର, ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ, ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ଫୁଲବାଣୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଜେନା ପ୍ରଭୃତି ଯୋଗଦାନ କରିଥିଲେ।ଜିଲ୍ଲାର ବିଭିନ୍ନ ବ୍ଲକ ରୁ ୯୪ ଟି ପ୍ରକଳ୍ପ ଏଥିରେ ଅଂଶ ଗ୍ରହଣ କରିଥିଲେ। ୫ ଜଣ ବିଚାରକଙ୍କ ଦ୍ଵାରା ୧୦ ଗୋଟି ଶ୍ରେଷ୍ଠ ପ୍ରକଳ୍ପ କୁ ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା। ଯେଉଁମାନେ ଆଗାମୀ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇବେ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅଶୋକ କୁମାର ପାତ୍ର ଓ ଜିଲ୍ଲା ବିଜ୍ଞାନ ସଂଯୋଜକ କୈଳାଶ ଚନ୍ଦ୍ର ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ ରାଜକିଶୋର ପ୍ରଧାନ, ବିନୋଦ ଚନ୍ଦ୍ର ସାହୁ, ଅନୁପମା ଷଡଙ୍ଗୀ, ବୁଲି ନାୟକ ସରିତା ମହାରଣା, ପଦ୍ମାଳୟା ବେହେରା,ମନୋଜ କୁମାର ନାୟକ, ସତ୍ୟଜିତ ବେହେରା, ରଶ୍ମି ପ୍ରଧାନ, ପ୍ରହଲ୍ଲାଦ ସାହୁ, ପ୍ରଦୀପ କୁମାର ମହାନ୍ତି ପ୍ରଭୃତି ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.