ଆଭାସୀ ପଢିଆ ରଚିଲା ଫୁଲବାଣୀ ଶିଳ୍ପ ତାଲିମ ଅନୁଷ୍ଠାନ…

add-all

ଫୁଲବାଣୀ :- ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ଆୟୋଜିତ ହେଉଥିବା ହକିର ମହାକୁମ୍ଭ ପୁରୁଷ ହକି ବିଶ୍ୱ କପ ଆଜି ଐତିହାସିକ ବାରବାଟୀ ଷ୍ଟାଡିଅମ ରେ ଉଦଘାଟିତ ହୋଇଯାଇଛି l ସାରା ବିଶ୍ୱରେ ପ୍ରଧାନମନ୍ତୀ ମାନନୀୟ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡିଶା ଆଜି ଖେଳ ଆୟୋଜନରେ ବେଶ ପ୍ରଶଂସିତ ହୋଇ ପାରିଛି l ବିଶ୍ୱ କପ ହକିକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଓଡିଶା ସରକାର ବ୍ୟାପକ ବ୍ୟବସ୍ଥା କରିଥିଲେ l ଅପରାହ୍ନ ଏକ ଘଂଟିକା ଠାରୁ ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇଥିଲା l ଫୁଲବାଣୀର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏହି ଉଦଘାଟନ ସାନରୋହ କୁ ଜନସାଧାରଣ ଙ୍କ ଦେଖାଇବା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲା l ପରିସର ମଧ୍ୟରେ ଥିବା ଖେଳ ପଡିଆରେ ଏକ ବିରାଟ ପରଦା ଲଗାଯାଇ ଉତ୍ସବ ର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିଲା l ଏଥିରେ ଅନୁଷ୍ଠାନ ର ଅନ୍ୟୁନ ଆଠ ଶହ ଚବିଶି ଛାତ୍ର ଛାତ୍ରୀ ସହ ସମସ୍ତ କର୍ମଚାରୀ ଏବଂ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଉତ୍ସବର ଲାଇଭ ଦେଖିଥିଲେ l ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଶୁଙ୍ଖଳିତ କରିବାରେ ତାଲିମ ପ୍ରାପ୍ତ ଅଧିକାରୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର, ରଶ୍ମି ରଞ୍ଜନ ବିଶ୍ୱାଳ, ଛାତ୍ରବାସ ଅଧିକ୍ଷକ ଗୌରବ ମହାପାତ୍ର, ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ କିରାଣୀ ସ୍ମରଣିକା ମାଡାମ, ବରିଷ୍ଠ କିରାଣୀ ଦେବାଶିଷ ପ୍ରଧାନ ପ୍ରଭୃତି ସହଯୋଗ କରିଥିଲେ l ପ୍ରତି ଖେଳ ର ଲାଇଭ ଏଠାରେ ଦେଖିବାର ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସେଠି ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.