ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ସିବିଆଇ ରେଡ୍‌…

add-all

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଅଫିସରେ ସିବିଆଇ ଆଜି ରେଡ୍‌ କରିଛି। ଆପ୍‌ ନେତା ନିଜେ ସିସୋଦିଆ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଆଇ ଆଜି ପୁଣି ରେ ମୋ ଅଫିସ୍‌ରେ ରେଡ୍ କରିଛି। ମୁଁ ସେମାନଙ୍କୁ ସ୍ୱାଗତ କରୁଛି। ସେମାନେ ମୋ ଘର ମଧ୍ୟ ଖାନତଲାସି କରିଛନ୍ତି। ଅଫିସରେ ଛାନଭିନ୍‌ କରିବା ସହ ମୋ ଲକର ମଧ୍ୟ ସର୍ଚ୍ଚ କରିଛନ୍ତି । ଏମିତିକି ସେମାନେ ମୋ ଗାଁରେ ମଧ୍ୟ ତଦନ୍ତ କରିଛନ୍ତି।
କିନ୍ତୁ ସେମାନେ ମୋ ବିରୋଧରେ କିଛି ପ୍ରମାଣ ପାଇ ନାହାନ୍ତି। ସେମାନେ ମଧ୍ୟ କିଛି ପାଇବେ ନାହିଁ। ମୁଁ କୌଣସି ଭୁଲ କରି ନାହିଁ ବୋଲି ସିସୋଦିଆ କହିଛନ୍ତି। ଦିଲ୍ଲୀରେ ୧୦ ହଜାର କୋଟି ଟଙ୍କାର ଏହି ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଆଗରୁ ଥରେ ଜେରା କରିଛି। ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି।

ଏହି ବହୁଚର୍ଚ୍ଚିତ ମାମଲାରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି। ତଦନ୍ତକାରୀ ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ ରେଡ୍ ମଧ୍ୟ କରିଛି। ଦିଲ୍ଲୀ ଉପରାଜ୍ୟପାଳ ଏହି ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀର ଉପରାଜ୍ୟପାଳଙ୍କ ସୁପାରିସକ୍ରମେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ‘ସିବିଆଇ’କୁ ହସ୍ତାନ୍ତର କରାଯାଇଥିଲା। ଅଗଷ୍ଟ ୧୭ରେ ସିବିଆଇ ଅବକାରୀ ଦୁର୍ନୀତି ହୋଇଥିବା ନେଇ ମାମଲା ରୁଜୁ କରିଥିଲା।

ad-week
Leave A Reply

Your email address will not be published.