ରାମମନ୍ଦିର ପରିସରରେ ରାମଲୀଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ…

add-all

ବୌଦ୍ଧ (୧୪/୦୧) : ଆଜି ମକର ସଂକ୍ରାନ୍ତି ଶୁଭ ଅବସରରେ ଚଳିତବର୍ଷ ବୌଦ୍ଧ ରାମନୀଳା ମନ୍ଦିର ପରିସରରେ ରାମନୀଳା ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରସ୍ତୁତି ବୈଠକରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ବବିତାରାଣୀ ଦଳବେହେରା, ପ୍ରକଳ୍ପ ନିର୍ଦେଶକ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର ଙ୍କ ସମେତ ବୌଦ୍ଧ ସହରର ରାମନୀଳା
ନୃତ୍ୟ ସାଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ର ଙ୍କ ସମେତ ବୌଦ୍ଧ ସହରର ବାଣିଜ୍ୟ ସଙ୍ଘ,ଓକିଲ ସଙ୍ଘ,ସାମ୍ବାଦିକ ସଙ୍ଘ ଭଳି ବିଭିନ୍ନ ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟସେବି ଅନୁଷ୍ଠାନ ର ସଭାପତି ମାନେ ଉପସ୍ଥିତ ଥିଲେ l ଚଳିତବର୍ଷ କିଭଳିଭାବେ ବୌଦ୍ଧ ଐତିହାସିକ ରାମନୀଳା ଯାତ୍ରା କୁ ଆହୁରି ସରସ ସୁନ୍ଦର କରାଯିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲଚନା କରାଯାଇଥିଲା l

ad-week
Leave A Reply

Your email address will not be published.