ହିଞ୍ଜିଳି ନିର୍ବାଚନ ମଣ୍ଡଳି ପ୍ରଶାସନ ଓ ସାମ୍ବାଦିକ କ୍ରିକେଟ ମ୍ୟାଚ : ପ୍ରଶାସନ ଦଳ ବିଜୟୀ…

add-all

ହିଞ୍ଜିଳିକାଟୁ (୧୪।୧): ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଶନିବାର ହିଞ୍ଜିଳିନିର୍ବାଚନ ମଣ୍ଡଳି ସାମ୍ବାଦିକ ଏକାଦଶ ଓ ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ପୋଲିସ ପ୍ରଶାସନ,ଲୋକପ୍ରତିନିଧୀ ,ସାଧାରଣ ଜନତା ଭରପୁର ମଜା ଉଠାଇଥିଲେ । ତେବେ ୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ସାମ୍ବାଦିକ ଦଳକୁ ହରାଇ ପ୍ରଶାସନ ବିଜୟ ହାସଲ କରିଛି ।ଶନିବାର ହିଞ୍ଜିଳି ନିର୍ବାଚନ ମଣ୍ଡଳି ତଥା ଶେରଗଡ ଓ ହିଞ୍ଜିଳିକାଟୁ ର ମିଡିଆ ଏକାଦଶ ଗୋଟିଏ ଦଳ,ହିଞ୍ଜିଳି ପୋଲିସ ଓ ଶେରଗଡ ପୋଲିସ ପ୍ରଶାସନ ଗୋଟିଏ ଦଳ ,ହିଞ୍ଦିଳିକାଟୁ ବ୍ଳକ ଓ ମୁନିସିପାଲଟୀ ସହ ଶେରଗଡ ବ୍ଳକ ପ୍ରଶାସନ ଗୋଟିଏ ଦଳ ଓ ହିଞ୍ଜିଳିକାଟୁ ଵ୍ଳକ ଓ ମୁନିସୀପାଲଟି ସହ ଶେରଗଡ ବ୍ଳକ ର ଲୋକ ପ୍ରତିନିଧି ମିଶି ଗୋଟିଏ ଦଳ ଏହିପରି ୪ ଗୋଟି ଦଳ ଗଠନ ହୋଇଥିଲା । ପ୍ରଥମ ମ୍ୟାଚ ମିଡିଆ ଏକାଦଶ ସହ ପିଆରାଇ ମେମ୍ବର ସହ ବନ୍ଧୁତ୍ୟପୁର୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ମିଡିଆ ଏକାଦଶ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ।ପିଆରାଆଇ ମେମ୍ଵର ବ୍ୟାଟିଂ କରି ୧୨ ଓଭର ଖେଳି ସମସ୍ତ ୱିକେଟ ହରାଇ ୯୫ ରନ ସଂଗ୍ରହ କରିଥିଲେ। ଜବାଵରେ ମିଡିଆ ଏକାଦଶ ୧୧ ଓଭର ଖେଳି ୬ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଵିଜୟ ହାସଲ କରିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ ପୋଲିସ ପ୍ରଶାସନ ଓ ଵ୍ଳକ ମୁନିସୀପାଲଟି ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପୋଲିସ ପ୍ରଶାସନ ବ୍ୟାଟିଂ କରି ୧୨ ଓଭରରେ ୭ ୱିକେଟ ହରାଇ ୬୯ ରନ ସଂଗ୍ରହ କରିଥିଲେ ଜବାବରେ ଏଡମିନିଷ୍ଟ୍ରେଷନ ଏକାଦଶ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଵିଜୟ ହାସଲ କରିଥିଲେ। ଅପରାହ୍ନ ରେ ଶେଷ ମ୍ୟାଚ ମିଡିଆ ଏକାଦଶ ସହ ଏଡମିନିଷ୍ଟ୍ରେଷନ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। । ଅତିରିକ୍ତ ଜିଲ୍ଲାପାଳ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି,

ଉପଜିଲ୍ଲାପାଳ ପ୍ରଶନ କୁମାର ପାତ୍ର ,, ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଶେରଗଡ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ବ୍ଲକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ, ଶେରଗଡ ବ୍ଳକ ଅଧ୍ୟକ୍ଷ, ଵିଜେଡି ଉପସ୍ଥିତ ରହି ଉକ୍ତ ମ୍ୟାଚକୁ ଉଦ୍ଘାଟନ କରିଥିଲେ । ଏହି ମ୍ୟାଚରେ ପ୍ରଥମେ ପ୍ରଶାସନ ପକ୍ଷରୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ଓ ସାମ୍ବାଦିକ ଦଳ ତରଫରୁ ହିଞ୍ଜିଳିକାଟୁ ପ୍ରେସ କ୍ଳଵ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା ଟସ କାର୍ଯ୍ୟକ୍ରମ କରିଥିଲେ । ଟସ ଜିତି ସାମ୍ବାଦିକ ଦଳ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଶାସନ ଦଳ ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇଥିଲା। ୧୨ଓଭର ଶେଷସୁଦ୍ଧା ପ୍ରଶାସନ ଏକାଦଶ ୩ଟି ମୂଲ୍ୟବାନ ୱିକେଟ ହରାଇ ୧୨୦ ରନ ସଂଗ୍ରହ କରିଥିଲା। ଅପରପକ୍ଷେ ପ୍ରତିପକ୍ଷ ସାମ୍ବାଦିକ ଦଳ ଦ୍ୱିତୀୟ ପାଳିରେ ପ୍ରଶାସନ ଦଳ ଆଗରେ ନିଜର ବହୁମୂଲ୍ୟ ସମସ୍ତ ୱିକେଟ ହରାଇ ଅଲଆଉଟ ପରାଜୟ ହୋଇଥିଲେ । ବିଜୟୀ ପ୍ରଶାସନ ଦଳକୁ ୱିନର ଟ୍ରଫି ଓ ମିଡିଆ ଏକାଦଶ କୁ ରନର ଟ୍ରଫି ସହ ସମସ୍ତ ଖେଳାଳି ଙ୍କୁ ମେଡାଲ ଅତିଥି ବୃନ୍ଦ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.