
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ସପ୍ତମ ଦିଵସରେ ପାଇନିୟର କ୍ରିକେଟ କ୍ଳବ ଵେଗୁନିଆପଡା ସହ ରୟାଲ କ୍ରିକେଟ କ୍ଳବ ହିଞ୍ଜିଳିକାଟୁ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ରୟାଲ କ୍ରିକେଟ କ୍ଳବ ହିଞ୍ଜିଳିକାଟୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ୨୦ ଓଭରରେ ୯ ୱିକେଟ ବିନିମୟରେ ୧୮୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷରେ ପାଇନିୟର କ୍ରିକେଟ କ୍ଳବ ବେଗୁନିଆପଡ଼ା ଦଳ୧୭ ଓଭରରେ ସମସ୍ତ ୱିକେଟ ହରାଇ ୧୩୬ ରନ ସଂଗ୍ରହ କରି ପରାଜିତ ହୋଇଥିଲେ । ହିଞ୍ଜିଳିକାଟୁ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ବ୍ରିଜେଶ ମହାରଣା ଦଳ ପକ୍ଷରୁ ପ୍ରଶାନ୍ତ ୨୬ ଟି ବଲରେ ୭୭ ରନ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ । ଅତିଥି ଭାବେ କ୍ରିଡା ଶିକ୍ଷକ ବିଭୁତି ପଟ୍ଟନାୟକ ବ୍ରିଜେଶ କୁମାର ମହାରଣା ଙ୍କୁୂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ପ୍ରଶାନ୍ତ ପାଢି ଓ ସତ୍ୟ ପାଣିଗ୍ରାହୀ ପରିଚାଳନା କରିଥିଲେ। ସ୍କୋରର ଭାବେ ଯୋଗିନ୍ଦ୍ର ନାୟକ ଓ ଆଦିତ୍ୟ ସାହୁ ଅନଲାଇନ ମାଧ୍ୟମରେ ଧାରା ବିବରଣୀ ପ୍ରଦାନ କରିଥିଲେ । ସତିସ ପାଢି, ଅମୂଲ୍ୟ ରତ୍ନ ପଣ୍ଡା, ଲିଟୁ ପ୍ରଧାନ, ସିମାଞ୍ଚଳ ପାଣିଗ୍ରାହୀ, ଉମା ମହାରଣା, ସାଗର ବେହେରା, ସଚିନ ସେଠି, ସୁରୁଜ ସୁବୁଦ୍ଧି, ସୁନିଲ ପାଠି ,ଜିତେନ୍ଦ୍ର ଦାସ, ରଜତ ପ୍ରଧାନ, ଟିକୁ ମହାରଣା ଙ୍କ ସମେତ ଆୟୋଜକ ଇଗଲ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।