ଫିରିଙ୍ଗିଆ:କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

add-all

ଫିରିଙ୍ଗିଆ,୧୬/୦୧ : ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ ରେ ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟରତ ଅଧିକାରୀ ମାନେ ଯୋଗ ଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରିଥିଲେ l ତେବେ ଫିରିଙ୍ଗିଆ ବ୍ଲକ ର ୨୪ ଟି ପଞ୍ଚାୟତ ରୁ ବିଭିନ୍ନ ସମସ୍ୟା କୁ ନେଇ ସର୍ବ ମୋଟ ୭୮ ଟି ଅଭିଯୋଗ ପହଞ୍ଚି ଥିଲା ଅନ୍ୟପଟେ ବିଭିନ୍ନ ସମସ୍ୟା ର ଅଭିଯୋଗ କୁ ଜିଲ୍ଲା ପାଳ ଶୁଣିବା ସହ ସମସ୍ତ ବିଭାଗ କୁ ଦାୟିତ୍ଵ ଦେଇଥିଲେ l ଏହି ଯୁଗ୍ମ ଅଭିଯୋଗ ଶୁଣାଣି ରେ ଜିଲ୍ଲା ପାଳ ଆଶିଷ ଇଶ୍ଵର ପାଟିଲ ଙ୍କ ସହ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱରଂଜନ ନାୟକ,ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ,ଶିଶୁ ଓ ମହିଳା ବିକାଶ ଅଧିକାରୀ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଜି ଦେବହରୀ ପ୍ରଧାନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l ସମସ୍ତ ଅଭିଯୋଗ କୁ ସମାଧାନ ପାଇଁ ଚେଷ୍ଟା କରିବାକୁ ଜିଲ୍ଲା ପାଳ ଆଶିଷ ଇଶ୍ଵର ପାଟିଲ ଜନ ସାଧାରଣ ଙ୍କୁ କହିଥିବା ବେଳେ କାର୍ଯ୍ୟକ୍ରମ କୁ ବ୍ଲକ ର ଏପିଓ ସୁମନ୍ତ କୁମାର ଉଠାଣସିଂ ଙ୍କ ସହ ଭବାନୀଶଙ୍କର ଦେଓ, ରଶ୍ମିତା ମହାନ୍ତି ଓ ଅନ୍ୟନ୍ୟ କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.