
ଫୁଲବାଣୀ : ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା, ନଚେତ ଶୁଦ୍ଧ ଅମ୍ଳଜାନ ଅଭାବ ସହ ଅଙ୍ଗାରକାମ୍ଳ ବୃଦ୍ଧି ପାଇବ ତା ସହିତ ଅନିୟମିତ ଜଳବାୟୁ ପରିବର୍ତ୍ତନ ଯାହାକି ଆମକୁ ଆଗକୁ ପ୍ରଳୟର ସାମନା କରିବାକୁ ପଡିବ l ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ସେ ଦିଗରେ ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର ସବେରିଖୋଲ ଓ ଟପରବାଲିରେ ବନପାଳ ରଶ୍ମିତା ବକ୍ସିଙ୍କ ଅଧ୍ୟକ୍ଷତାରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ଜଙ୍ଗଲ ଆମର ମାଆ ଭଳି, ସେ ବର୍ଷସାରା ଆମକୁ ପୋଷୁଛି, ସେ ଆମର ଖୋଲା ସମ୍ପତ୍ତି, ତେଣୁ ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ବନପାଳ ବୁଝାଇଥିଲେ ।