ଚୋରୀ ବ୍ୟାଟେରୀ ଉଦ୍ଧାର, ୩ ଚୋର ଗିରଫ…

add-all

ହିଞ୍ଜିଳିକାଟୁ ୧୭।୧ : ହିଞ୍ଜିଳି ଥାନା ପୌରପାଳିକା ଅନ୍ତର୍ଗତ ନୁଆଗଡ ଗ୍ରାମ ଏକ ଟ୍ରାକ୍ଟଟର ମାଲିକଙ୍କ ଗୋଟିଏ ବ୍ୟାଟେରୀ ଚୋରୀ ହୋଇଥିବା ଅଭିଯୋଗ କ୍ରମେ ହିଞ୍ଜିଳି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୈଳାସ ଚନ୍ଦ୍ର ସାହୁ ଙ୍କ କବାଡି ଖାନାରୁ ଚୋରୀ ସାମଗ୍ରୀକୁ ପୁଲିସ ଉଦ୍ଧାର କରିବା ସହ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗ ପରେ ଉକ୍ତ କବାଡି ଖାନା ମାଲିକ କୈଳାସ ଚନ୍ଦ୍ର ସାହୁ ଙ୍କୁ ଗିରଫ କରିଛି।
ହିଞ୍ଜିଳି ଥାନା ପୌରପରିଷଦ ଅନ୍ତର୍ଗତ ନୁଆଗଡ ଗ୍ରାମରେ ଆଡପଡା ଗ୍ରାମର ଜୈନିକ ଟ୍ରାକ୍ଟର ଗାଡି ରୁ ନୁଆଗଡ ଗ୍ରାମ ସ୍ଥିତ ବାଲୁଙ୍କେଶ୍ଵର ସାହିରୁ ଟ୍ରାକ୍ଟର ଗାଡିର ଗୋଟିଏ ଟ୍ରାକ୍ଟଟର ବ୍ୟାଟେରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ହିଞ୍ଜିଳି ଥାନା ରେ ରବିବାର ୨୭।୨୩ ରେ ମାମଲା ରୁଜୁ କରି ପୁଲିସ ଚୋରି ଘଟଣାରେ ତଦନ୍ତ ବେଳେ ନୁଆଁଗଡ ଗ୍ରାମର ଶିବ ଗୌଡ ଓ ବାପିନି ଗୌଡ ଉକ୍ତ ବ୍ୟାଟେରୀ ଚୋରୀ କରିସଦର ଥାନା ଆଙ୍କୁଶପୁର ଗ୍ରାମର କୈଳାସ କବାଡି ଖାନାରେ ବିକ୍ରୀ କରିଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାରେ ପୁଲିସ କବାଡି ଖାନା ମାଲିକ କୈଳାସ କୁ କ୍ରେତା ଭାବେ ପୁଲିସ ଗିରଫ କରିଛି। କବାଡି ଖାନାରୁ ଦୁଇ ବ୍ୟାଟିରିକୁ ଉଦ୍ଧାର କରିଛି। ଆଜି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟଯେ ଉକ୍ତ କବାଡି ଖାନାରେ ଗତ ଦିର୍ଘବର୍ଷ ଧରି ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଆସୁଛି। ବହୁ ସମୟରେ ଚୋର ମାନେ ନିଛାଟିଆ ସ୍ଥାନରେ ଥିବା ଏହି କବାଡି ଖାନାରେ ବିକ୍ରୀ କରୁଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.