ଜ୍ୱାଇଁର ଛୁରାମାଡ଼ରେ ଶଶୁର ମୃତ ; ଅଭିଯୁକ୍ତ ଜ୍ୱାଇଁକୁ ଅଟକ ରଖିଛି ପୋଲିସ୍‌…

add-all

ବାଲିଗୁଡ଼ା : ଜ୍ୱାଇଁର ଛୁରା ମାଡ଼ରେ ଶଶୁରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଗୁଳିମରା ସାହିର ଟୁନା ପ୍ରଧାନ। ଖବର ଅନୁସାରେ, ଟୁନା ପ୍ରଧାନଙ୍କ ଝିଅ ବ୍ରହ୍ମପୁର ଗେଟ ବଜାର ଅଞ୍ଚଳର ସିମାଞ୍ଚଳ ଚୌଧୁରୀଙ୍କୁ ବିବାହ କରିଥିଲେ । ସେଠାରେ ସିମାଞ୍ଚଳ ତାଙ୍କ ସ୍ତ୍ରୀଙ୍କୁ ନିର୍ଯାତନା ଦେବାରୁ ସେ ଆସି ବାପ ଘର ବାଲିଗୁଡାରେ ରହୁଥିଲେ। ବୁଧବାର ସନ୍ଧ୍ୟାରେ କୌଣସି କାରଣରୁ ଜ୍ୱାଇଁ ମଦ୍ୟ ପାନ କରି ଶ୍ୱଶୁରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ପରେ ଏହା ଉଗ୍ର ରୂପ ନେବାରୁ ସିମାଞ୍ଚଳ ଏକ ଧାରୁଆ ଛୁରୀରେ ଶ୍ୱଶୁର ଟୁନାଙ୍କୁ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ହତ୍ୟା ଅଭିଯୁକ୍ତ ନରହନ୍ତା ଜ୍ୱାଇଁକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ad-week
Leave A Reply

Your email address will not be published.