
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଏବିଭିପି ଛାତ୍ର ସଂଗଠନର କର୍ମକର୍ତ୍ତା ସମେତ ହଜାର ହଜାର ଛାତ୍ରଛାତ୍ରୀ ଏକ ବିଶାଳ ରାଲିରେ ସ୍ଥାନୀୟ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସର ରୁ ବାହାରି ଫୁଲବାଣୀ କରୋନେସନ ପଡିଆରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l କନ୍ଧମାଳ ଜିଲ୍ଲା ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା ଏହି ଜିଲ୍ଲା ଉପରେ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀ ମାନେ କନ୍ଧମାଳ ଜିଲ୍ଲାର ଶିକ୍ଷା ସହ ଜଡିତ ଏବଂ ଉପଯୁକ୍ତ ଶିକ୍ଷା ପାଇଁ ଜିଲ୍ଲାରେ ସରକାରୀ ଓ ବେସରକାରୀ ବିଭିନ୍ନ ବିଦ୍ୟାଳୟ,ମହା ବିଦ୍ୟାଳୟ ଅଛି କିନ୍ତୁ ଦୁଃଖ ର ବିଷୟ ହେଉଛି କନ୍ଧମାଳ ଜିଲ୍ଲାର ଶିକ୍ଷା ଏନ୍ତୁଡିଶାଳ କୁହାଯାଉଥିବା ସରକାରୀ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାର ଛୋଟ ବଡ଼ ଉଚ୍ଚ ବିଦ୍ୟାଳୟ , ମହାବିଦ୍ୟାଳୟ ଗୁଡିକରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। କନ୍ଧମାଳ ଜିଲ୍ଲାରେ ସରକାରଙ୍କ ଥିବା ଶିକ୍ଷା ବ୍ୟବସ୍ଥା କେବଳ ଖାତା କଲମ ରହିଯାଇଛି ବୋଲି ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ l ଏଥି ସହିତ ଯେଉଁ ଭାବରେ ସରକାର କନ୍ଧମାଳ ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବା କଥା ତାହା କରିବାରେ ରାଜ୍ୟ ସରକାର ବିଫଳ ହେଇଛନ୍ତି। ତେଣୁ ସେ ନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ତରଫରୁ ବିଭିନ୍ନ ଦଶ ଦଫା ଦାବି ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି l ସେଥିରେ ଲିଖିତ ଅଛି ଯେ ପ୍ରମୁଖ କଲେଜ୍ ଗୁଡିକ ରେ ଖାଲି ଥିବା ଅଧ୍ୟାପକ ପଦବୀ ଗୁଡିକ ନିଯୁକ୍ତି ଦିଆଯାଉ। ଜିଲ୍ଲାରେ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଯାଉ।ପରୀକ୍ଷା ପୂର୍ବରୁ ଶିଲାବସ ରେ ଥିବା ସମସ୍ତ ବିଷୟ ଅଧ୍ୟୟନ କରାଯାଉ ସେମିଷ୍ଟର ପରୀକ୍ଷାର ୪୫ ଦିନ ମଧ୍ୟରେ ଫଳାଫଳ ଘୋଷଣା କରାଯିବା କୁ ମଧ୍ଯ ଦାବୀ ହୋଇଛି ।
କଲେଜ୍ ଗୁଡିକ ରେ ବିନା ମୂଲ୍ୟରେ କମ୍ପୁଟର ଶିକ୍ଷା ଦିଆଯିବା ଆବଶ୍ୟକ l ମହାବିଦ୍ୟାଳୟ ଗୁଡିକରେ ଅଧିକରୁ ଅଧିକ ଆବଶ୍ୟକ ଶ୍ରେଣୀଗୃହ କରାଯାଉ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ସ୍ମୋଲାର୍ଷିପକୁ ବୁଦ୍ଧି କରାଯାଉ। ।ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ କ୍ରୀଡା ର ଉପଯୁକୁ ଶିକ୍ଷା ଦିଆଯାଉ।ପରୀକ୍ଷାର ୨୫ ଦିନ ପୂର୍ବରୁ ସୁଚନା ଦିଆଯାଉ l କଲେଜ୍ ଗୁଡିକ ନାମ ଲେଖିବା ସମୟରେ ଗୋଟିଏ ଥର ବାର୍ଷିକ ଅର୍ଥ ନିଆଯିବା ପାଇଁ ଲିଖିତ ଦାବି ହୋଇଛି l ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ରାଜ୍ଯ ସରକାରଙ୍କ ଉପରେ ବର୍ଶିଛନ୍ତି ଏବିଭିପି କାର୍ଯ୍ୟକର୍ତ୍ତା ମାନେ । ଏ ସବୁ ଉପରେ ଯଦି ରାଜ୍ଯସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନ କରନ୍ତି ଆଗାମୀ ଦିନରେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l ସମାବେଶରେ ରାଜ୍ୟ ଯୁଗ୍ମ ସମ୍ପାଦକ ସ୍ବାଗତ ତ୍ରିପାଠୀ, ସଞ୍ଜନା କହଁର, କନ୍ଧମାଳ ଜିଲା ପ୍ରମୁଖ ଶିବାଶିଷ ପଣ୍ଡା, ଜିଲା ସଂଯୋଜକ ରୁଦ୍ରପ୍ରସାଦ ସେଠୀ, ଗଞ୍ଜାମ ବିଭାଗ ସମ୍ପାଦକ ସୌଭାଗ୍ୟ ମହାନ୍ତି, ଟୁକୁନା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।