ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ ସହ ମାଡ ଥାନାରେ ଏତଲା

add-all

ଫୁଲବାଣୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ହିତାଧିକାରୀଙ୍କ ନା ନଥିବାରୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲମୀ ପଂଚାୟତର ଜଣେ ହିତାଧ୍ୟାକାରୀ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଂଜିତ କହଁରଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଥିଲେ । ପିଇଓ କହଁର ପଂଚାୟତ ରେ ଭତ୍ତା ବାଣ୍ଟୁଥିବା ବେଳେ ରମେଶ ଡିଗାଲ ନାମକ ଜଣେ ଲୋକ ହଟାତ ସେଠାରେ ପହଂଚି ଆକ୍ରମଣ କରିଥିଲେ । ରମେଶ ଆବାସ ଯୋଜନା ରେ ଘର ଟିଏ ପାଇବା ପାଇଁ ଆବେଦନ କରି ପଂଚାୟତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ, ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ ।ପଞ୍ଚାୟତରେ ଥିଲାବାଲାଙ୍କୁ ଆବାସ ଯୋଜନାରେ ଘର ମିଳୁଥିବାବେଳେ ନଥିଲା ବାଲାଙ୍କୁ ଦିଆଯାଉନଥିବା ରମେଶ ଅଭିଯୋଗ କରିଆସୁଥିଲେ । ସେହିପରି ତାଲିକାରେ ତ୍ରୁଟି ଥବା ସେ ଆହୁରି ଅଭିଯୋଗ କରିଥିଲେ ।ରମେଶ ଅସଦାଚରଣ କରିଥିବାନେଇ ପିଇଓ
କହଁର ସଙ୍ଘକୁ ଜଣାଇବା ପରେ ସଙ୍ଘ ସଭାପତି ପଦ୍ମଚରଣ ମହାନ୍ତି, ଅମରେଶ ପ୍ରସାଦ ରଥ ଓ ଅନ୍ୟ ମାନେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ସଦର ଥାନାରେ ଏତଲା ଦେଇଥିଲେ l ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ ରମେଶ ଡିଗାଲକୁ ଗିରଫ କରିଥିବା ଜଣାପଡିଛି ।

ad-week
Leave A Reply

Your email address will not be published.