ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁନେଲି ମୃତ୍ୟୁର ୭ଦିନପରେ ଚିନ୍ତାରେ ବାପର ମୃତ୍ୟୁ…

add-all

ଦାରିଙ୍ଗବାଡ଼ି, ୧୯/୦୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ଗ୍ରାମ ପଂଚାୟତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଯାହାକି ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଡୁଥିବା ଝିଅ ସୁନେଲି ମାଝୀର ମୃତ୍ୟୁରେ ଭାଙ୍ଗି ପଡି ପ୍ରାୟ ୭ ଦିନ ଭିତରେ ବାପା କୁଟିସା ମାଝୀ(୫୬)ଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ଯାହାରି ଫଳରେ ଗୁମାଣ୍ଡି ଗ୍ରାମ ସହିତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଥାଉକି ଚଳିତ ମାସ ଗତ ୧୧ ତାରିଖରେ ଉଲିପଦର ବିଦ୍ୟାଳୟ ଛାତ୍ରୀ ନିବାସରେ ସୁନେଲିର ମୃତ୍ୟୁ ହୋଇଥିଲା। ଝିଅ ସୁନେଲିର ମୃତ୍ୟୁ ପରଠାରୁ ଗ୍ରାମ ବାସୀଙ୍କ କହିବା କଥା ବାପା କୁଟିଶା ମାଝୀ ଚିନ୍ତାରେ ଖାଇବା ପିଇବା ଛାଡି ଦେଇଥିଲେ । ହେଲେ ୧୮ତାରିଖ ରାତ୍ର ଶୋଇଥିବା ବେଳେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କ ସୂଚନା ରହିଛି। ପରିବାର ବର୍ଗ ଦୁଇ ଦୁଇଟି ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ଜଣା ପଡ଼ିଛି। ବର୍ତ୍ତମାନ ପରିବାର ସଦସ୍ୟ କହିଲେ ମା ଗୁମେଟିମାଙ୍ଗା ସହିତ ଝିଅ ଓ ଛୋଟ ପୁଅ। ଝିଅର ମୃତ୍ୟୁ ସହିତ ସ୍ୱାମୀଙ୍କ ମୃତ୍ୟୁରେ ଗୁମେଟିମାଙ୍ଗା ସମ୍ପୂର୍ଣ ଭାବେ ଭାଙ୍ଗି ପଡିଛନ୍ତି। ଏଣୁ ଏହି ଦୁର୍ଦିନରେ ଜିଲା ଓ ବ୍ଲକ ପ୍ରଶାସନ ଦୁଃଖଦ ପରିବାରକୁ ସରକାରଙ୍କ ରହିଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରପଞ୍ଚ ଚାନ୍ଦିନୀ ପ୍ରଧାନଙ୍କ ସମେତ ଅଞ୍ଚଳ ବାସୀ ଦବିକରିଛନ୍ତି।

ad-week
Leave A Reply

Your email address will not be published.