ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା ଅଭିଯୋଗ : ଦୁଇ ଗିରଫ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ନୁଆଁଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମର ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଖବର ହସ୍ତଗତ ହୋଇଛି।

ବ୍ରହ୍ମପୁର ପୋଲିସ ଥାନା ଅନ୍ତର୍ଗତ କ. ନୁଆଗାଁ ଚୌଧୁରୀ ଟିକରପଡା ଗ୍ରାମରେ ଘଟିଥିବା ଭିନ୍ନକ୍ଷମ ଯୁବତୀ ବିଷ୍ଣୁପ୍ରିୟା ସାହୁ ହତ୍ୟା ଅଭିଯୋଗରେ ରୁବିତା ନାମକ ଜଣେ ମହିଳା ଓ ପଦ୍ମନ ସାହୁ ନାମକ ଜଣେ ଯୁବକ ସହ ଦୁଇ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଉକ୍ତ ମହିଳା ରୁବିତା ଭୁବନେଶ୍ୱରରେ ରହୁଛନ୍ତି ଓ ବେଳେ ବେଳେ ଗ୍ରାମକୁ ଆସନ୍ତି। ଏହା ମଧ୍ୟରେ ଅଭିଯୁକ୍ତ ଯୁବକ ପଦ୍ମନ ସାହୁ ସହ ଉକ୍ତ ମହିଳାଙ୍କ ଅନୈତିକ ସମ୍ପର୍କ ରହିଥିବା ମୃତ ବିଷ୍ଣୁପ୍ରିୟା ଦେଖିଥିଲା ଓ ସେ କାଳେ ଉକ୍ତ ଖବର ଗ୍ରାମରେ ପ୍ରଘଟ କରିଦେବ ଭାବି ତାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଅଭିଯୁକ୍ତ ଦ୍ବୟ ଯୋଜନା କରିଥିଲେ ଓ ଗତ ୮ ତାରିଖ ଦିନ ରୁବିତା ବିଷ୍ଣୁପ୍ରିୟାକୁ ଘରକୁ ଡ଼ାକି ନେଇ ତକିଆରେ ବିଷ୍ଣୁପ୍ରିୟାର ତଣ୍ଟି ଚିପି ଶ୍ଵାସରୁଦ୍ଧ କରି ହତ୍ୟା କରିବା ପରେ ତାକୁ ତା ପରଦିନ ପଡୋଶୀ ଘରର ପଛପଟ ବାରଣ୍ଡାରେ ପକାଇ ଦେଇଥିଲା ଓ ଭୁବନେଶ୍ବର ଚାଲିଯାଇଥିଲ।

ଗତ ୯ ତାରିଖ ଦିନ ବିଷ୍ଣୁପ୍ରିୟାର ଶବକୁ ଦେଖି ଗାଁ ଲୋକେ ଦେପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରି ଥିଲେ ଓ ପଡ଼ୋଶୀ ମହିଳା ରୁବିତା ଘରୁ ବିଷ୍ଣୁପ୍ରିୟାର ମୁଣ୍ଡ କ୍ଲିପ୍, ଚାଦର ଓ ଭଙ୍ଗା ଚୁଡ଼ି ଇତ୍ୟାଦି ପାଇବା ପରେ ଗଭୀର ତଦନ୍ତ ଚଳାଇ ଘଟଣାର ପର୍ଦ୍ଧାଫାଶ କରିଥିଲେ। ଏଥି ସହିତ ପୋଲିସ ତଦନ୍ତ ବେଳେ ଉକ୍ତ ମହିଳାଙ୍କ ଘରୁ ରକ୍ତଭିଜା ତକିଆ ଓ ଲୁଗା ପାଇଛନ୍ତି।

ad-week
Leave A Reply

Your email address will not be published.