ମହିମା ଦିଗଦର୍ଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ..

add-all

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଆଙ୍କୁଲି, ମନ୍ଦରଡା ପଞ୍ଚାୟତ ର ଆଦିବାସୀ, ହରିଜନ ଓ ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ମହିମା ଦିଗଦର୍ଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା। ମହିମା ଦିଗଦର୍ଶନ ଚାରିଟେବୁଲ ଟ୍ରଷ୍ଟ ସଭାପତି ସାଧୁ ସୁଦର୍ଶନ ଦାସ ଙ୍କ ନେତୃତ୍ବରେ ତାଡକା ସାହି ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସାଧୁ ପ୍ରହଲ୍ଲାଦ ଦାସ, ସମାଜସେବୀ ରଘୁନନ୍ଦନ ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରାୟ ଶହେ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଙ୍କୁ କମ୍ବଳ ବଣ୍ଟନ କରିଥିଲେ। ମହିମା ଧର୍ମାବଲମ୍ବୀ ସୀମାଞ୍ଚଳ ପ୍ରଧାନ,ବାୟା ବାଡତ୍ୟା, ଧନଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.