ଜାତୀୟ ଯୁବସପ୍ତାହ ଉଦଯାପିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ପଞ୍ଚାୟତର ଶ୍ରୀଦେବୀ ହାଇ ସ୍କୁଲ୍ ବିଶିପଡ଼ା ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଯୁବ ସପ୍ତାହ ଉଦଯାପିତ ହୋଇଯାଇ ଅଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ଶ୍ରୀଦେବୀ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାହୁ ଫୁଲବାଣୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ହାଇ ସ୍କୁଲର ସହାୟକ ଶିକ୍ଷକ ରଞ୍ଜନ କୁମାର ମହାନ୍ତି,ସନ୍ତୋଷ କୁମାର ପ୍ରଧାନ,ରଞ୍ଜନ କୁମାର ମିଶ୍ର ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇ ଥିଲେ l ଅନୁଷ୍ଠିତ କାର୍ଯକ୍ରମ କୁ ସ୍କୁଲର ଛାତ୍ରଛାତ୍ରୀ ଓ ଯୁବକ ସଂଘର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଓ ସଙ୍ଗୀତ ପ୍ରତିଯୋଗିତା ଅନଷ୍ଠିତ ହୋ ଇ ଥିଲା ବକୃତା ପ୍ରତିଯୋଗୀତାରେ ବର୍ଷା ବିଶୋଇ ପ୍ରଥମ,ଦିପୁ ବେହେରା ଦ୍ୱିତୀୟ ଏବଂ ମାମଲି ଦିଗାଲ ତୃତୀୟ ହୋଇ ଥିଲେ ସେହିପରି ସଙ୍ଗୀତରେ ପ୍ରୀତିଲତା ବେହେରା ପ୍ରଥମ,ସୁପ୍ରିୟା ବେହେରା ଦ୍ୱିତୀୟ ଏବଂ ଗାୟତ୍ରୀ ପ୍ରଧାନ ତୃତୀୟ ହୋ ଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୂଖ୍ୟ ଲକ୍ଷ୍ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରି ଥିଲେ l ବକୃତା ଓ ସଙ୍ଗୀତ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟ ବାନ ଦଳବେହେରା ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ସିବେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l

ad-week
Leave A Reply

Your email address will not be published.