ଧାନ ଅମଳ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ…

add-all

ହିଞ୍ଜିଳିକାଟୁ ୧୯।୧ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୯ କଡ ସାରୁ ଗ୍ରାମ ଛକ ଓ ସମରଝୋଳ ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ପାଖ ଜମିରେ ଗୁରୁବାର ଏକ ଧାନ ଅମଳ ଟ୍ରାକ୍ଟର ଓଲଟି ପଡ଼ିବାରୁ ଏଥିରେ ବସିଥିବା ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣକ ହେଲେ କରାଖଣ୍ଡି ଗ୍ରାମର ସନ୍ତୋଷ କୁମାର ଦାଶ (୪୫)। କରାଖଣ୍ଡି ଗ୍ରାମର ଟ୍ରାକ୍ଟରଟି ଧାନ ଅମଳ ସକାଶେ ଆସିଥିଲା। ଧାନ ଅମଳ ଯନ୍ତ୍ରରେ ବସିଥିବା ମୃତ ସନ୍ତୋଷ ନିଜ ଗ୍ରାମକୁଫେରୁଥିବା ସମୟରେ ଭାରସାମ୍ୟ ହରାଇ ପେଟ୍ରୋଲ ପମ୍ପ ପାଖ ଧାନକ୍ଷେତରେ ଓଲଟି ପଡ଼ିଥିଲା।ଟ୍ରାକ୍ଟର ଧାନ ଅମଳ ଯନ୍ତ୍ରରେ ବସିଥିବା ସନ୍ତୋଷ ଙ୍କ ଉପରେ ଆମଳ ଯନ୍ତ୍ର ଚାପି ହୋଇଯାଇଥିଲେ। ଆଖ ପାଖ କ୍ଷେତରେ କାମକରୁଥିବା ଶ୍ରମିକ ମାନେ ସନ୍ତୋଷ ଙ୍କୁ ଉଦ୍ଧାର କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ କୁ ଖଵର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ସନ୍ତୋଷ ଙ୍କୁ ଉଦ୍ଧାର କରି ଶଵଵ୍ୟଵଛେଦ ନିମନ୍ତେ ବ୍ରହ୍ମପୁର ଵଡ ଡାକ୍ତରଖାନା ପଠାଇଥିଲା। ଏସଂକ୍ରାନ୍ତରେ କେସ୍ ନମ୍ବର ୩୮/୨୩ ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା ।

ad-week
Leave A Reply

Your email address will not be published.