ପୁଣି ନଷ୍ଟ ହେଲା ୧୧୨ଏକର ଗଂଜେଇ ଚାଷ…

add-all

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲାରେ ଅପରେସନ ନୀଳ ଜହର ବା ବେଆଇନ ଗଞ୍ଜାଇ ଗଛ କଟା ଅଭିଯାନ ଜାରି ରହିଥିବା ବେଳେ ବଡଦିନ ଓ ନବବର୍ଷ ପାଇଁ କିଛି ଦିନ ଏହି ଅପରେସନ ବନ୍ଦ ଥିଲା | ତେବେ ଅଂଚଳ ରୁ ଗଂଜେଇ କାରବାର କୁ ସମୂଳେ ବନ୍ଦ କରିବା ପାଇଁ ପୁଣି କିଛି ଦିନର ବିରତି ପରେ ଆରମ୍ଭ ହୋଇଛି ଏହି ଅପରେସନ ନୀଳ ଜହର | ତେବେ ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଙ୍କ ନେତୃତ୍ୱ ରେ ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ଙ୍କ ସହ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତରେ ବିଭିନ୍ନ ଜାଗାରେ ଚଢ଼ାଉ କରି ପ୍ରାୟ ୧୧୨ ଏକର ପରିମିତ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜାଇ ଗଛ କାଟିବା ସହ ତାକୁ ଜାଳି ପୋଡି ନଷ୍ଟ କରିଦିଆଯାଇଛି | ତେବେ ପୋଲିସ ର ସୂଚନା ଅନୁସାରେ ଶୁକ୍ରବାର ଗୋଚ୍ଛା ପଡ଼ା ଥାନା ଜାମଝରି ପଂଚାୟତ ଅଧୀନରେ ଥିବା କୁଦାଲି ଗାଁ ଅଂଚଳରେ ଚଢ଼ାଉ କରି ଏହି ଗଂଜେଇ ଗଛ ଗୁଡିକୁ କଟାଯାଇ ଥିବା ବେଳେ ଏହି ଗଞ୍ଜେଇ କଟା କୁ ନେଇ ଗୋଛା ପଡ଼ା ଥାନାରେ ୧୨/୨୦୨୩ ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ଥାନା ଅଧିକାରି ସୂଚନା ଦେଇଛନ୍ତି |

ad-week
Leave A Reply

Your email address will not be published.