ବୀରନରସିଂହପୁର ରାମକୃଷ୍ଣ ବାଳାଶ୍ରମରେ ଲାଇବ୍ରେରୀ ପୁସ୍ତକ ଓ ଶିକ୍ଷା ଉପକରଣ ବଣ୍ଟନ…

add-all

ବୌଦ୍ଧ : ହରଭଙ୍ଗା ବ୍ଲକ ବୀରନରସିଂହ ପୁର ଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ଠାରେ ଆଜି ବୌଦ୍ଧ ଜିଲ୍ଲା ଜନାଲିଷ୍ଟ ପକ୍ଷରୁ ଅନ୍ତ ବାସି ମାନଙ୍କୁ ସ୍କୁଲ ବ୍ୟାଗ ଓ ପାଠାଗାର ପାଇଁ ପୁସ୍ତକ ଓ ଆଲମାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅତିଥିଭାବେ ଉକ୍ତ ଅବସରରେ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାଇ ମିନା ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ବୌଦ୍ଧ ତାହସିଲଦାର ଦେବୀପ୍ରସାଦ ଦାସ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଙ୍ଗ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ଜାନଲିଷ୍ଟ ଫର୍ମ ର ସଭାପତି ଦିବ୍ୟଶଙ୍କର ରାଉତ ଅଦ୍ୟକ୍ଷତା କରିଥିଲା ବେଳେ ସମ୍ପାଦକ ଯୁଗଳକୀଶ୍ୱର ସାମଲ ସ୍ୱଗତ ଭାଷଣ ଦେଇଥିଲେ l

ad-week
Leave A Reply

Your email address will not be published.