
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଡୁମରିମୁଣ୍ଡା ଯିବା ରାସ୍ତାର ହାତୀବେନା ମୋଡ଼ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି l ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଡୁମରିମୁଣ୍ଡା ଡିଏନକେ ଗ୍ରାମର ହାଇସ୍କୁଲ ଶିକ୍ଷକ ନିରଞ୍ଜନ ଦାସ ଓ ନିବେଦିତା ବିଦ୍ୟାପୀଠର ଶିକ୍ଷିକା ନମିତା ସ୍ୱାଇଁ ଏକ ମଟର ସାଇକେଲ ଯୋଗେ ସ୍କୁଲ ଯିବା ସମୟରେ ହାତୀବେନା ମୋଡ଼ ପାଖରେ ଗୁରୁସିଂହା ପଟରୁ ଆସୁଥିବା ଏକ ପିକଅପ ଭ୍ୟାନ ଯାହାର ନମ୍ବର OD 24H 0591 ଦ୍ରୁତ ଗତିରେ ଆସି ନିରଞ୍ଜନ ଦାସର ମଟର ସାଇକେଲକୁ ପିଟି ହେଲା l ପିକ୍ଅପ୍ ଏତେ ଜୋର ଧକ୍କା ଦେଲା ଯେ ନିରଞ୍ଜନ ଦାସ ଓ ନମିତା ସ୍ୱାଇଁ ଛିଟକି ପଡ଼ି ଥିଲେ | ଏହା ଦେଖି ପିକଆପ ଡ୍ରାଇଭର ସଙ୍ଗେ ସଙ୍ଗେ ସେ ସ୍ଥାନରୁ ପଳାଇଥିଲା l ଦୁର୍ଘଟଣାରେ ହାଇସ୍କୁଲର ଶିକ୍ଷକ ନିରଞ୍ଜନ ଦାସଙ୍କ ଛାତିରେ ଓ ମୁଣ୍ଡରେ ଆଘାତ ଲାଗି ଜ୍ଞାନଶୂନ୍ୟ ପଡିଥିବା ସହିତ ଶିକ୍ଷୟିତ୍ରୀ ନମିତା ଗୁରୁତର ଆହତ ହେଇ ପଡିଥିବା ଦେଖି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ମାନେ ଵିଲୋମ୍ବ ନ କରି ଶହେ ଆଠ ଆମ୍ବୁଲାନ୍ସ କୁ ଫୋନ କରିଥିଲେ | ଆମ୍ବୁଲାନ୍ସ ଆସି ରାଇଘର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିରଞ୍ଜନ ଦାସ ଓ ନମିତା ସ୍ୱାଇଁଙ୍କୁ ଆଣିଥିଲେ | କିନ୍ତୁ ଡାକ୍ତର,ଶିକ୍ଷକ ନିରଞ୍ଜନ ଦାସଙ୍କୁ ମୃତ୍ୟୁ ଘୋଷଣା କରିବା ସହିତ ନମିତା ସ୍ୱାଇଁଙ୍କୁ ଅବସ୍ଥା ସଙ୍କଟ ପୂର୍ଣ୍ଣ ଥିବାରୁ ପ୍ରାଥମିକ ଚିକିତ୍ସା କରିବା ପରେ ଜୋନାଲ ହସ୍ପିଟାଲ ଉମରକୋଟକୁ ସ୍ଥାନ୍ତର କଲେ l ନିରଞ୍ଜନ ଦାସ ବିଜ୍ଞାନ ଶିକ୍ଷକ ଭାବେ ଡୁମରିମୁଣ୍ଡା ଡିଏନକେ ହାଇସ୍କୁଲରେ ନିୟୋଜିତ ଥିଲେ | ସେ ଜଣେ ମିଷ୍ଟଭାସି, ସରଳ ସ୍ଵଭାବ ଓ ପର ଉପକାରୀ ବ୍ୟକ୍ତି ଥିଲେ | ତାଙ୍କର ମୃତ୍ୟୁରେ ସ୍କୁଲର ଛାତ୍ର ଛାତ୍ରୀ, ସ୍କୁଲର ଷ୍ଟାଫ, ଡୁମରିମୁଣ୍ଡା, ଗୁରୁସିଂହା, ମୋହଣ୍ଡ ଓ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ମଟର ସାଇକେଲ ଓ ପିକ ଆପଭ୍ୟାନ କୁ ଜବତ କରି ତଦନ୍ତ କରୁଛନ୍ତି |