ଓଡ଼ିଶା ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି -୬ ର ସବ୍ କମିଟି -୩ ଙ୍କ ମାଲକାନଗିରି ପରିଦର୍ଶନ

add-all

ମାଲକାନଗିରି : ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୬ ର ସବ୍- କମିଟି – ୩ ର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ଏକ ଦଳ ୧୭ ଜାନୁଆରୀ ରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଆଜି ଏହି କମିଟି ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ଢ଼ାଲି ଏବଂ ଏହାର ସଦସ୍ୟ ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରି ଜିଲ୍ଲା ପରିଦର୍ଶନ କରିଛନ୍ତି। ଏହି କମିଟି ଜିଲ୍ଲାର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସମବାୟ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ କୁଟୀର ଶିଳ୍ପ ବିଭାଗର କର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ, ଶ୍ରୀ ବିଶାଲ ସିଂ ଓ କ୍ଷେତ୍ର ଅଧିକାରୀଙ୍କ ସହ ସମୀକ୍ଷା ଆଲୋଚନା କରିଛନ୍ତି। ଏହି ଅବସରରେ ଡ଼ଃ ଢ଼ାଲି ମଣ୍ଡିରେ ଠିକ୍ ରେ ଧାନ ବିକ୍ରୀ ହେଉଛି ନା ନାହିଁ, ମିଲରମାନେ ଠିକ୍ ସମୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରୁଛନ୍ତି ନା ନାହିଁ ସେହି ବିଷୟରେ ପଚାରି ବୁଝିଥିଲେ। ଏହା ସହିତ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟ ମାନେ ଏମଭି-୧୧ ମଣ୍ଡି ଗସ୍ତ କରି ଧାନ ବିକ୍ରୀ ନେଇ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ଯୋଗାଣ ଅଧିକାରୀ, ଶ୍ରୀ ଅଜୟ ରଥ ଏଆରସିଏସରୁ ଅର୍ଜୁନ ମହନ୍ତ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.