ଧାନବିକ୍ରୀ ସମସ୍ୟାର ସମାଧାନ ପାଇଁ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

add-all

ଛତ୍ରପୁର : ଚଳିତ ବର୍ଷ ଗଂଜାମ ଜିଲ୍ଲାରେ ଧାନକିଣା ମନ୍ଥର ଗତିରେ ଚାଲୁଥିବାରୁ ଅନେକ ଚାଷୀଙ୍କ ଟୋକେନ୍ ଅବଧି ଶେଷ ହେବାର ସମ୍ଭାବନା ରହିଥିବା ସହ ଚାଷୀ ପଞ୍ଜିକୃତ କରିଥିଲେ ସୁଦ୍ଧା ଧାନ ବିକ୍ରି କରିପାରିବେ ନାହିଁ ସନ୍ଦେହ ସୃଷ୍ଟି ହୋଇଛି l ଜିଲ୍ଲାର ଚାଷୀମାନଙ୍କ ଧାନ ବିକ୍ରୀ ସମ୍ପର୍କିତ ସମସ୍ୟା ର ସମାଧାନ ପାଇଁ ନଅ ଦଫା ଦାବି ନେଇ ଶନିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି, ଦାବି ଗୁଡିକ ଯଥା ଶୀଘ୍ର ପୂରଣ ନ ହେଲେ ଆସନ୍ତା ଦିନରେ ରାଜରାସ୍ତା ଅବରୋଧ କରାଯିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି l ଏହି ଧାରଣା ରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ, ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ସିପିଆଇ ଜିଲ୍ଲା ସମ୍ପାଦକ ନୀଳକଣ୍ଠ ଦାଶ, ଏସ. କ୍ରିଷ୍ଣା ରେଡ୍ଡୀ, ସିଏଚ. ଜନାର୍ଦନ ରେଡ୍ଡୀ, ଋଷିକୂଲ୍ୟା ରୟତ ମହାସଭାର ଜିଲ୍ଲା ସମ୍ପାଦକ ସିମାଞ୍ଚଳ ନାହାକ, ବିଜୟ ସ୍ୱାଇଁ, ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ପି. ହରିକୃଷ୍ଣ ରେଡ୍ଡୀ, ଏଆଇକେଏମଏସ ର ପ୍ରତାପ ନାୟକ, ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଏଆଇକେକେଏସ ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ଅବନୀ ଗୟା,ଅଲ ଇଣ୍ଡିଆ କ୍ଷେତ ମଜଦୂର କିସାନ ସଭା ଆବାହକ ନିରାକାର ନାୟକ ଙ୍କ ସମେତ ବହୁ ଚାଷୀ ସଂଗଠନ ର ନେତା ଏବଂ ଚାଷୀ ମାନେ ଯୋଗ ଦେଇ ସମସ୍ତ ଚାଷୀ ଙ୍କ ଧାନ ସଠିକ ସମୟରେ ଜିଲ୍ଲାପ୍ରଶାସନ ପକ୍ଷରୁ କିଣି ବା ନିମନ୍ତେ ଦାବି କରିଥିଲେ

ad-week
Leave A Reply

Your email address will not be published.