
ଚିକିଟି : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ୱାରଲଡ ଫିଟନେସ ଫେଡେରସନ୍ ଆନୁକୁଲ୍ୟରେ କଳିଙ୍ଗ ବିଲଡିଂ ଫିଟନେସ ଆସୋସିଏସନ୍ ସହଯୋଗରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡିଶାର ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ଯୁବକ ଭାଗ ନେଇ ଥିବା ବେଳେ ଚିକିଟି ର ଗଣେଶ ପ୍ରସାଦ ସାହୁ ସମସ୍ତ ପ୍ରତିଯୋଗୀ ଙ୍କୁ ପଛ ରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ମିଷ୍ଟର ଓଡ଼ିଶା ହୋଇଛନ୍ତି। ରାଜ୍ୟ ସ୍ତରୀୟ ଏହି ପ୍ରତିଯୋଗିତା ରେ ଡେନିମ୍ ଜିନସ କେଟଗୋରୀ ରେ ସେ ନିଜ ଦକ୍ଷତା ପ୍ରତିପାଦନ କରି ଚିକିଟି ପାଇଁ ଗୌରବ ଆଣିଛନ୍ତି। ଚିକିଟି ର ସକସେସ ଫିଜିକସ ରେ ଟ୍ରେନର ନିରଞ୍ଜନ ସାହୁ ଙ୍କ ଠାରୁ ତାଲିମ ନେଉଥିବା ବେଳେ ତାଙ୍କ ବାପା ସ୍ବର୍ଗତ ପ୍ରମୋଦ ସାହୁ ଓ ମା ସବିତା ସାହୁ ଙ୍କୁ ଏହି ସଫଳତା ର ଶ୍ରେୟ ଦେଇଛନ୍ତି। ସରକାର ଙ୍କ ସହଯୋଗ ମିଳିଲେ ଆନ୍ତର୍ଜାତିକ ସ୍ତରରେ ନିଜକୁ ପ୍ରତିପାଦନ କରି ଓଡ଼ିଶାର ଗୈାରବ ବଢାଇବା ପାଇଁ ଲକ୍ଷ ରଖିଛନ୍ତି ଗଣେଶ। ଆୟୋଜିତ ସଂସ୍ଥା ତରଫରୁ ଗଣେଶ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି। ଚିକିଟି ଅଞ୍ଚଳ ପାଇଁ ମିଷ୍ଟର୍ ଓଡ଼ିଶା ହେବା ପ୍ରଥମ ଘଟଣା ହୋଇଥିବା ସହିତ ଯୁବ ଗୋଷ୍ଠୀ ଙ୍କ ପାଇଁ ସେ ପ୍ରେରଣା ଦାୟକ ହୋଇଛନ୍ତି ବୋଲି କାହ୍ନୁ ଚରଣ ସାହୁ କହିଛନ୍ତି।