ଗଳିତ ଅବସ୍ଥାରେ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର…

add-all

ଚିତ୍ରକୋଣ୍ଡା(୨୧/୦୧) : ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତରେ ଗୋଟିଏ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡ଼ା ଠାରୁ ସିଲେରୁ ଯିବା ରାସ୍ତାରେ ଗୁଣ୍ଠାୱାଡା ଘାଟି ନିକଟରେ ଗୋଟିଏ ମହିଳାଙ୍କ ମୃତଦେହ ମୁହଁ ତଳକୁ କରି ପଡ଼ିଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ମହିଳାଙ୍କ ମୃତଦେହ ଦେଖିବାପରେ ଗ୍ରାମବାସୀ ମାନେ ଏହି ନେଇ ଚିତ୍ରକୋଣ୍ଡା ଥାନାକୁ ଖବର ଦେଇଥିଲେ। ଏହାପରେ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ଟିମ ଘଟଣା ସ୍ଥଳକୁ ଯାଇ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମହିଳାଙ୍କ ପରିଚୟ ମିଳିପାରିନାହିଁ।ମହିଳାଙ୍କ ମୃତଦେହ ସେଠାକୁ କେମିତି ଆସିଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି। ସ୍ଥାନୀୟ ଲୋକଙ୍କ କହିବାକଥା ଉକ୍ତ ମହିଳା ଜଣଙ୍କ ସେହି ଅଞ୍ଚଳର ନୁହେଁ ତାଙ୍କୁ କିଏ ହତ୍ୟାକାରୀ ସେଠାରେ ପକେଇଦେଇଥିବ ସେମାନେ ସନ୍ଦେହ କରୁଛନ୍ତି।

ad-week
Leave A Reply

Your email address will not be published.