ସୋଲାର ଅଫ ଗ୍ରୀଡ ଶୋ ରୁମ୍ ଉଦଘାଟନ…

add-all

ହିଞ୍ଜିଳିକାଟୁ, ୨୨।୧: ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ଛକ ଜାତୀୟ ରାଜପଥ ନଂ ୫୯ରେ ରବିବାର ସୋଲାର ଅଫ ଗ୍ରୀଡ ଶୋ ରୁମ୍ ଉଦଘାଟିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଉପଦେଷ୍ଟା ଏନ୍ ରଘୁନାଥ,ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ବିଜେଡ଼ି ନଗର ସଭାପତି ଭୀମସେନ ବେହେରା, ବ୍ଳକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ, ଓଆରଏଚଡିସି ଅଧ୍ୟକ୍ଷ ଡି ବିଶ୍ବନାଥ, ଯୁବ ବିଜେଡ଼ି ନେତା ପିଣ୍ଟୁ ପଟ୍ଟନାୟକ, ପ୍ରଦୀପ କୁମାର ପଣ୍ଡା, ଶୋରୁମ ଏମଡି ଦେବାଶିଷ ପଶୁପାଳକ, ଦିଲୀପ ପଶୁପାଳକ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟୁତ ବିଲ ବୃଦ୍ଧି ଓ ଅନ୍ୟାନ୍ୟ ଜଟିଳ ସମସ୍ୟାର ମୁକ୍ତି ପାଇଁ ଅଫ୍ ଗ୍ରୀଡ୍ ସୌର ପ୍ରଣାଳୀ ଦ୍ବାରା ଲୋକଙ୍କୁ ବିଦ୍ୟୁତ ପାୱାର୍ ଗ୍ରୀଡ୍ ଠାରୁ ସ୍ବାଧୀନତା ଦେବେ ଯାହା ଦ୍ଵାରା ଲୋକଙ୍କର ଘର ଛାତରେ ପାୱାର୍ ଜେନେରେଟର ହୋଇପାରିବ | ୟୁଟିଏଲ ହେଉଛି ଭାରତର ଏକ ଅଗ୍ରଣୀ ସୌର କମ୍ପାନୀ ଯାହାକି ସର୍ବୋତ୍ତମ “ଅଫ୍ ଗ୍ରୀଡ୍ ସୋଲାର ସିଷ୍ଟମ୍” ସହିତ ସର୍ବୋତ୍ତମ ସୌର ଉତ୍ପାଦ ସୁଲଭ ମୂଲ୍ୟରେ ଯୋଗାଇବ ବୋଲି ଏମଡି ଦେବାଶିଷ ପଶୁପାଳକ କହିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଜଣାଶୁଣା ବ୍ୟକ୍ତି, ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.