ଦାରିଙ୍ଗବାଡିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହ ପର୍ଯ୍ୟଟନ ସ୍ଥଳୀ ବୁଲିଲେ ୨୦ ଜଣ ପ୍ରୋବେସନାରୀ ଭାରତୀୟ ପ୍ରଶାସନିକ ଅଧିକାରୀ

add-all

ଦାରିଙ୍ଗବାଡି,୨୨/୧ : ଦାରିଙ୍ଗବାଡି ଗସ୍ତରେ ୨୦ ଜଣ ପ୍ରୋବେସନାରୀ ଭାରତୀୟ ପ୍ରଶାସନିକ ଅଧିକାରୀ । ୨୦ ଜଣ ଅଧିକାରୀ ଦାରିଙ୍ଗବାଡି ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିଥିଲେ । ପ୍ରଥମେ ଷ୍ଟ୍ରବେରି ଚାଷ ହୋଇଥିବା ସ୍ଥାନକୁ ଯାଇ ଚାଷ ବିଷୟର ଆଲୋଚନା କରି ସ୍ଵୟଂ ସହାୟକ ମହିଳା ଗୋଷ୍ଟିଙ୍କୁ ଭେଟି ବିଭିନ୍ନ ବିଷୟର ଆଲୋଚନା କରିଥିଲେ। ଏହା ପରେ କଫି ବଗିଚା, ଦାରିଙ୍ଗବାଡିର ପୋଷାକ ତିଆରି କେନ୍ଦ୍ର, ହିଲଭିୟୁ, ସିମନବାଡି ସ୍ମାର୍ଟ ହାଇସ୍କୁଲ, ଏମୋ ପାର୍କ, ଇକୋ ରିଟ୍ରିଟ ଭଳି ସ୍ଥାନ ବୁଲିଥିଲେ। ଏଥି ସହିତ ମହିଳା ସ୍ଵୟଂ ସହାୟକ ଗୋଷ୍ଟି ଙ୍କ ଦ୍ଵାରା ପରିଚାଳିତ ଦଣ୍ଡିମାହାର ହଳଦୀ ୟୁନିଟ ଓ ସୁଲୁମାହାର ଖଲି ସିଲେଇ କେନ୍ଦ୍ର ବୁଲିଥିଲେ । ଅଧିକାରୀଙ୍କଗସ୍ତ ସମୟର ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.