ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ିଙ୍କ ଅଧ୍ୟକ୍ଷତାରେ ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହେଇଯାଇଛି l ଏହି ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ବ୍ଲକ ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତ୍ୟୁଷ କୁମାର ରଥ ଯୋଗଦେଇ ଶୁଭାରମ୍ବ କରିଥିଲେ l ଉକ୍ତ କ୍ରୀଡ଼ା ପ୍ରତିଯୋଗୀତା ରେ ଭାଗ ନେଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ସ୍କୁଲର ସଭାପତି ଚତୁର୍ଭୁଜ ମଲ୍ଲିକ, ପୂର୍ବତନ ୱାର୍ଡ ମେମ୍ବର ବିଜୟ ଦିଗାଲ, ୱାର୍ଡ ମେମ୍ବର ସଭ୍ୟା ବିଯୁକ୍ତା ବେହେରା ସମେତ ଅନେକ ଅଭିଭାବକ ଯୋଗଦେଇଥିଲେ l ଏହି ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବ ଟି କିପରି ସୁଚାରୁ ରୂପେ ହେଇପାରିବ ସେନେଇ ସ୍କୁଲ ର ଶିକ୍ଷକ ବୈଦ୍ଯନାଥ ପାଟଯୋଶୀ, ସୁକାନ୍ତ କୁମାର ସାହୁ , ରୋହିତ କୁମାର ବେହେରା ଏବଂ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର, ସ୍ୱାତି ତନ୍ମୟ ପଣ୍ଡା, ଋତୁପର୍ଣ୍ଣା ରଥ ଓ ମେଟ୍ରୋନ ସ୍ନିଗ୍ଧାରାଣୀ ବେହେରା, ପିଅନ ଶ୍ରୀହରି ପ୍ରଧାନ, କମଳ କାନ୍ତ ବାରିକ ସହଯୋଗ କରିଵା ସହିତ ସ୍କୁଲର ସମସ୍ତ ଅନ୍ୟତମ ଷ୍ଟାପ୍ ଉପସ୍ଥିତ ଥିଲେ l ପ୍ରଧାନ ଶିକ୍ଷକ ଙ୍କର ଏଭଳି ପ୍ରଥମ ବାର୍ଷିକ କ୍ରୀଡ଼ା ଉତ୍ସବର କାର୍ଯ୍ୟକ୍ରମକୁ ଦେଖି ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା l

ad-week
Leave A Reply

Your email address will not be published.