ଦାରିଙ୍ଗବାଡ଼ି ବ୍ଳକ ଶିକ୍ଷକ ସଂଘର ନିର୍ବାଚନ, ନୂତନ କର୍ମକର୍ତ୍ତା ଚୟନ…

add-all

ଦାରିଙ୍ଗବାଡ଼ି,୨୩/୦୧ : ଦାରିଙ୍ଗବାଡ଼ି ବ୍ଳକ ଶିକ୍ଷକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କର୍ମ କର୍ତ୍ତା ଚୟନ କରାଯାଇଛି । ବ୍ଳକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିର୍ବାଚନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଜିଲ୍ଲା ଶିକ୍ଷକ ସଂଘର ସଭାପତି କିଶୋର କହଁର, ସଂପାଦକ ସମରେନ୍ଦ୍ର ଦାସ ଓ ଉପ ସଭାପତି ମିନାକ୍ଷୀ ତ୍ରିପାଠୀ ଉପସ୍ଥିତ ରହି ନିର୍ବାଚନ ଚୟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୂର୍ବତନ ବ୍ଳକ ସଭାପତି ଜାମିନୀକାନ୍ତ ପଡ୍ରାଙ୍କୁ ପୁନର୍ବାର ସର୍ବ ସମ୍ମତି କ୍ରମେ ଚୟନ କରିଥିଲା ବେଳେ ସଂପାଦକ ପଦବୀ ପାଇଁ ଦୁଇଜଣ ପ୍ରାର୍ଥୀ ବିଦେଶୀ ନାୟକ ଓ ସଂଗ୍ରାମ କୁମାର ନାୟକ ନାମାଙ୍କନ କରିଥିଲେ । ବିଦେଶୀ ନାୟକ ନାମାଙ୍କନ ପତ୍ର ପ୍ରତିହାର କରିବା ପରେ ସଂଗ୍ରାମ କୁମାର ନାୟକ ନିଃଦ୍ଵନ୍ଦରେ ବିଜୟୀ ହୋଇଥିଲେ । ଉପ ସଭାପତି ଭାବେ ଦୁଇଜଣ ଚାରୁସିଳା ମଲିକ ଓ ରୋହିତ କୁମାର ପ୍ରଧାନଙ୍କୁ ଚୟନ କରିଥିଲା ବେଳେ କୋଷାଧ୍ୟକ୍ଷ ଭାବେ ମୋହନ ସାହୁ ଓ ସଂଯୋଜକ ଭାବେ ରମେଶ ପ୍ରଧାନଙ୍କୁ ଚୟନ କରିଥିଲେ। କାର୍ଯ୍ୟକ୍ରମକୁ ଶୁଶୀଲ କୁମାର ନାୟକ, ରମାକାନ୍ତ ସିଂ, କୋୖଶିକ ନାୟକ, ବିଦେଶୀ ନାୟକ, ଶ୍ୟାମସୁନ୍ଦର ଦିଗାଲ, କୈଳାଶ ଚନ୍ଦ୍ର ପାଣିଗ୍ରାହୀ, ସତ୍ୟ କହଁର, କ୍ଷୀରଦ ନାୟକ, ବନ୍ଧୁରାଜ ଉଠାଣସିଂ, କହିନ ପ୍ରଧାନ, କିଶୋର ନାୟକ, ଅନିତା ପ୍ରଧାନ, ଶାନ୍ତିନି ନାୟକ, ବିଧୁଭୂଷଣ ନାୟକ ଓ ଲବ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.