ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ ଅନୁଷ୍ଠିତ

add-all

ଫୁଲବାଣୀ : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫୁଲବାଣୀ ସହରର ସର୍ବ ପୁରାତନ ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଲ୍ଲୋଳିନୀ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସମୟରେ ସୁଭାଷ ଚନ୍ଦ୍ର ବୋଷ ଭାରତର ଜଣେ ପ୍ରମୁଖ ନେତା ଥିଲେ। ସେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ଇଂଲଣ୍ଡକୁ କେନ୍ଦ୍ର କରି ଏକ ବିଶେଷ ଶିକ୍ଷା ଗ୍ରହଣ କରିଥିଲେ l  ଏହା ପରେ ସେ ଇଂଲଣ୍ଡ ଯାଇ ଭାରତୀୟ ସିଭିଲ ସର୍ଭିସେସ୍ ପାଇଁ ପରୀକ୍ଷା ଦେଇଥିଲେ। ସେ 1921 ମସିହାରେ ଭାରତ ଫେରିଥିଲେ ଏବଂ ମହାତ୍ମା ଗାନ୍ଧୀ ଏବଂ ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱରେ ଜାତୀୟତା ବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ ବୋଲି ବକ୍ତବ୍ୟ ରଖିଥିଲେ l ସେହିପରି ଅବସରପ୍ରାପ୍ତ ଶିକ୍ଷକ ଓମ ପ୍ରକାଶ ପଣ୍ଡା ଉପସ୍ଥିତ ରହି ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଆଦର୍ଶ ଆଚରଣ ଗୁଣ ଏବଂ ଜନ୍ମ ବୃତ୍ତାନ୍ତ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସୁଶ୍ରୀ ଇତିଶ୍ରୀ ପଟ୍ଟନାୟକ, ଯୁଧିଷ୍ଟିର ମହାନ୍ତି, ସମୀରା ସାହୁ, ମନୋରଞ୍ଜନ ପାଢ଼ୀ,
ସୌଦାମିନି ମହାପାତ୍ର, ନିଳିମା ସାହାଣୀ, ଶୁଭସ୍ମିତା ପଟ୍ଟନାୟକ, ପଦ୍ମାଳୟା ବେହେରା,କୁସୁମ କୁମାରୀ ହୋତା,ରାକେଶ ବିଷୋୟୀ,ସୁଶ୍ରୀ ବିଷ୍ଣୁପ୍ରିୟା ମହାନନ୍ଦ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.