
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କରୋନେସନ ପଡିଆ ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୬ତମ ପ୍ରତିଷ୍ଠା ଦିବସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।ଫୁଲବାଣୀ ସ୍ଥିତ ମାଦିକୁନ୍ଦା ଛକ ଠାରୁ ହଜାର ହଜାର କର୍ମୀ ମାନଙ୍କର ଉପସ୍ଥିତିରେ ବହୁ ଆଡମ୍ବରରେ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ କରନେସନ ପଡ଼ିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ପଞ୍ଚାୟତରାଜ,ଜଙ୍ଗଲ ଓ ପରିବେଶ ଓ ଆଇନ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସେଥି ନିମନ୍ତେ ଦଳକୁ ଅଧିକ ମାତ୍ରାରେ ସୁଦୃଢ଼ କରିବାକୁ ହେବ। ୨୬ ବର୍ଷରେ ଦଳ ପାଦ ଥାପିଛି । ଦଳ ନବୀନ ବାବୁଙ୍କର ଅଧ୍ୟକ୍ଷତାରେ ଓଡ଼ିଶାର ସାଡେ ୪କୋଟି ଲୋକଙ୍କ ର ବିଶ୍ୱାସ ଭାଜନ ହୋଇ ପାରିଛି ରାଜ୍ୟ ବାସୀଙ୍କର ସୁଖ ଦୁଃଖର ସାଥି ହୋଇ ଜନମଙ୍ଗଳ କାର୍ଯ୍ୟ କରିଚାଲିଛି ବୋଲି କହିଥିଲେ l ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ଦଳୀୟ କର୍ମୀ ଓ ଜନସାଧାରଣ ଓ ଭୋଟର କୁ ମଞ୍ଚାସିନ ଅତିଥି ମାନେ ଆହ୍ୱାନ କରିଥିଲେ। ପ୍ରଥମେ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ମାନ୍ୟବର ବିଧାୟକ ଚକ୍ରମଣୀ କହଁରଙ୍କ ନେତ୍ତୃତ୍ୱରେ ୨୫ ତମ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ବାର୍ଷିକ ଉତ୍ସବ ପାଳନ ହୋଇଥିବା ବେଳେ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ବ ରେ ପାଳନ ହୋଇଥିଲା। ସେହିପରି ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ମଧ୍ଯ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଦିବସର ମଞ୍ଚାସିନ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଓ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ସମେତ ଜିଲ୍ଲାପରିଷଦ ଅଧକ୍ଷା ସୁଶ୍ରୀ ନନ୍ଦିନୀ ମଳିକ, ଏବଂ କନ୍ଧମାଳର ଝିଅ ଭୁବନେଶ୍ୱର ମହାନଗର ନିଗମର ଉପାଧ୍ୟାକ୍ଷା ମଞ୍ଜୁଲତା କହଁର,ଯୁବ ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଚରଣ ମଳିକ ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁନୀଲ କୁମାର ସେଠି , ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୁନମ କହଁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଆଦିବାସୀ ଉନ୍ନୟନ ପରିଷଦର ଅଧକ୍ଷ ରୋଦନ ମଳିକ, ଉପାଧ୍ୟକ୍ଷା ନଳିନୀ କହଁର, ଖଜୁରୀପଡା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର,ଡି ଆର ଓ ବିରୂପାକ୍ଷ ପଣ୍ଡା, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୌରପରିଷଦ ଉପାଧ୍ୟକ୍ଷା ପାୟଲ ବେହେରା, ମହମ୍ମଦ ୟାସିନ ବେଗ, ପୂର୍ବତନ ପୌରାଧ୍ୟକ୍ଷ ରାଜେନ୍ଦ୍ର କହଁର, ପାର୍ଥ ସାରଥି ବିଶ୍ଵାଳ,ନଗର ସଭାପତି ସୁଧୀର କହଁର
ଙ୍କ ସମେତ ସମସ୍ତ ବ୍ଲକ ଚେୟାରମ୍ୟାନ , ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ।