୧୨୦ ଏକର ଗଞ୍ଜେଇ ଗଛ ନଷ୍ଟ…

add-all

ଫିରିଙ୍ଗିଆ : ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ଓ ଅବକାରୀ ଅଧିକ୍ଷକ ପ୍ରବିଣ କୁମାର ସାମଲ ଙ୍କ ନିର୍ଦ୍ଦେଶ ରେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ସହଯୋଗ ରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ ଅନ୍ତର୍ଗତ ଲତପଙ୍ଗିଆ,ସୁଲେପଡା,ରୁଗୁଡିସାଇ,ନୂଆପଦର ଆଦି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ଶହେ କୋଡ଼ିଏ ଏକର ବେଆଇନ ଗଂଜେଇ ଚାଷ ନଷ୍ଟ କରିବାରେ ସଫଳତା ହାସଲ କରିଛନ୍ତି । ଯାହା ବଜାର ମୂଲ୍ୟ ଆନୁମାନିକ ୫୦ ଲକ୍ଷ ରୁ ଉର୍ଦ୍ଧ ବୋଲି କହିଛନ୍ତି । ଏନେଇ ଫିରିଙ୍ଗିଆ ପୋଲିସ ୧୯/୦୨୩ ରେ ମାମଲା ରୁଜୁ କରାଯାଇଛି ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.