ସ୍ୱାଭିମାନ ଅଞ୍ଚଳରେ ରାଧାକୃଷ୍ଣ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଚିତ୍ରକୋଣ୍ଡା (୨୪/୦୧) : ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗୋରାସେତୁ ଠାରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଥିବା ବେଳେ ଗତ ଜାନୁୟାରୀ ୨୩ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବାର ସୂଚନା ମିଳିଛି l ଗଲା କାଲି ଅପରାହ୍ନରେ ଗୋରାସେତୁ ରାଧାକୃଷ୍ଣ ମନ୍ଦିର କମିଟି ଆନୁକୂଲ୍ୟରେ ମନ୍ଦିର ନିର୍ମାଣ କମିଟିର ସଭାପତି ରାମଚନ୍ଦ୍ର ଗାଲେଲଙ୍କ ନେତୃତ୍ୱରେ ପୂର୍ଵ ଯୋଜନା ମୁତାବକ ପୂଜାଵିଧି ସହ କଳସ ଶୋଭାଯାତ୍ରା କରାଯାଇଥିଲା । ଆଜି ପ୍ରଭାତରୁ ପାରମ୍ପରିକ ପୂଜାର୍ଚ୍ଚନା ସହ ଘୃତ ଯଜ୍ଞ ସମେତ ନାମ ଯଜ୍ଞ ଅବସରରେ ନାମ ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଶବ୍ଦରେ କମ୍ପି ଉଠିଥିଲା ସ୍ୱାଭିମାନ ଅଞ୍ଚଳ l ଉକ୍ତ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମୟରେ ଆଜି ମାଧ୍ୟାହ୍ନରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ଵାକା, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ,ସରପଞ୍ଚ ସଂଘ ସଭାପତି କମଳୁ ହନ୍ତାଳ,ପୁଲିସ ଅଧିକାରୀ ଲଷ୍ମୀନାରାୟଣ ମୁଦୁଲି ଏବଂ ଅନିଲ କୁମାର ପରିଡ଼ା ପ୍ରମୁଖ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ସହଯୋଗ ହାତ ବଢ଼ାଇ ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଥିଲେ l ଆଗାମୀ ତିନି ଦିନ ଧରି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାରି ରହିବ l ଉକ୍ତ ମନ୍ଦିର ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସ୍ୱାଭିମାନ ଅଞ୍ଚଳର ଭୀମସେନ ଖିଲ,ଗୁରୁ ଆଲାଙ୍ଗ, ରତନ ହନ୍ତାଳ, ଦୈତାରୀ ଖିଲ, ସମରା ମାଝୀ, ସୁବାଷ ଖିଲ,ଡମ୍ବରୁ ଖିଲ ଓ ଶ୍ୟାମ ସୁନ୍ଦର ଗଲରି ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.