କନ୍ଧମାଳ ଜିଲ୍ଲାର ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରା…

add-all

ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ବୁଧବାର ସ୍ଥାନୀୟ ନାରାୟଣୀ ମନ୍ଦିରରୁ ଏକ ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରାକୁ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ଲୋକକଳା ନୃତ୍ୟ ମାଧ୍ୟମରେ ପରିବେଷଣ କରି ଶୋଭାଯାତ୍ରା ବଜାର, ଗୋପବନ୍ଧୁ ଛକଦେଇ ଷ୍ଟାଡିୟମରେ ପହଞ୍ଚିଥିଲା ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶେଷ ଦେବ ମିଶ୍ର, ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠିଙ୍କ ସମେତ ବହୁ କଳାକାର, କଳାପ୍ରେମୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।ଜିଲ୍ଲାର ଫୁଲବାଣୀ ସମେତ ସମସ୍ତ ବ୍ଲକ ଅଂଚଳରୁ ପାରମ୍ପରିକ ବେଶରେ ଲୋକନୃତ୍ୟଦଳ ଶୋଭା ଯାତ୍ରାରେ ଯାଇଥିଲେ l ଆଜିଠାରୁ ପାଞ୍ଚ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ l

ad-week
Leave A Reply

Your email address will not be published.