ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣ ସହ ଗଣବଳାତ୍କାର ଅଭିଯୋଗ…

add-all

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଆକ୍ରମଣ ସହ ଗଣବଳାତ୍କାର କରାଯାଇଛି। ଗତ ରବିବାର ସନ୍ଧ୍ୟାରେ ସମ୍ପୃକ୍ତା ମହିଳାଙ୍କ ସ୍ବାମୀ ନ ଥିଲେ। କେତେଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଘରେ ପଶି ପ୍ରଥମେ ତାଙ୍କ କାରର ଆଗପଛ କାଚ ଭାଙ୍ଗିଥିଲେ। ପ୍ରତିରୋଧ କରିବାରୁ ସେମାନେ ଗଣବଳାତ୍କାର କରିଥିବା ମହିଳା ଜଣକ ସଦର ଥାନାରେ ଅଭିଯୋଗ କରିଛନ୍ତି। ପୀଡ଼ିତା ଏବଂ ତାଙ୍କ ସ୍ବାମୀ କହିଛନ୍ତି ଯେ, ପ୍ରାୟ ୨ ମାସ ପୂର୍ବେ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ସେହି ରାଗ ଶୁଝାଇବାକୁ ସମ୍ପୃକ୍ତ ବ୍ୟକ୍ତିମାନେ ଏଭଳି କାଣ୍ଡ କରିଛନ୍ତି। ଏ ନେଇ ଥାନାରେ ନଂ.୧୨/୨୩ରେ ମାମଲା ରୁଜୁ ହୋଇଛି। ମାମଲାକୁ ଭିର୍ତ୍ତି କରି ସଦର ଥାନା ପୋଲିସ ତଦନ୍ତ ଅବ୍ୟାହତ ରଖିଛି l

ad-week
Leave A Reply

Your email address will not be published.