ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ଓ ବ୍ୟାପକ ଦୁର୍ନୀତି ଅଭିଯୋଗରେ ବ୍ଲକ ବିଜେପିର ରାଲି ଓ ପ୍ରତିବାଦ ସଭା

add-all

ଦାରିଙ୍ଗବାଡ଼ି,୨୫/୧: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଓ ଦୁର୍ନୀତି ବିରୋଧରେ ଆଜି ଦାରିଙ୍ଗବାଡ଼ି ବ୍ଳକର ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଶିବ ମନ୍ଦିରଛକ ଠାରୁ ଏକ ସଭାଯାତ୍ରରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଅନିୟମିତତା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଜେପି କର୍ମୀ ବିଡ଼ିଓ ଗଦାଧର ପାତ୍ର ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏଥିରେ ବିଜେପି ବ୍ଲକ ସଭାପତି ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ୍ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ମିଟୁ ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ମଣ୍ଡଳ ସଭାପତି ଶଙ୍କର ମଲ୍ଲିକ, ମଣ୍ଡଳ ମହିଳା ସଭାନେତ୍ରୀ ସୋନାଲି ପ୍ରଧାନ, ଜିଲ୍ଲା ସହ ସମ୍ପାଦକ ମହେଶ୍ୱର ସାହୁ, ଏସଟି ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଜୟଚନ୍ଦ୍ର ପଡ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.