
କାଲିମେଳା : ଆଜିର ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ସହାରା ନେଉଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ରେ ଖବର ରୁ ପ୍ରକାଶ ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ଅନ୍ତର୍ଗତ ତିନିରାଜପାଲ୍ଲୀ ଠାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡି ସନ୍ଦେହରେ ଧନୁତୀର ସହ ପିଟି ଯୁବକକୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ଏକ ଜଙ୍ଗଲରେ ମୃତଦେହ ପୋଡ଼ିଦେଇଥିବା ଦେଖିବାକୁ ମିଳିଛି । ପ୍ରାଥମିକ ତଦନ୍ତରୁ ମୃତକ ଜଣକ ଗଙ୍ଗା ପୋଡ଼ିଆମୀ ବୋଲି ଜଣାପଡିଛି l ଉକ୍ତ ଘଟଣା କାଲିମେଳା ବ୍ଲକ ମୋଟୁ ଥାନାର ଅଧୀନସ୍ତ ତିନିରାଜପାଲ୍ଲୀ ଗ୍ରାମର ଘଟଣା ହୋଇଥିବା ବେଳେ ଅଘଟଣକୁ ଆଖିଆଗରେ ରଖି ଘଟଣା ସ୍ଥଳରେ ମୋଟୁ ପୋଲିସ ସହ DVF ମୁତୟନ ହୋଇଥବା ବେଳେ କୋରାପୁଟ ରୁ ସାଇଣ୍ଟିଫିକ ଟିମ ଆସିଲେ ଅଧିକ ଜଣା ପଡିବ ବୋଲି ପୋଲିସ ତରଫରୁ ସୂଚନା ମିଳିଥିବା ବେଳେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜାଣିବାପାଇଁ ତଦନ୍ତ ଜାରି ରଖିଥିବା ମୋଟୁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।