୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ…

add-all


ମାଲକାନଗିରି : ତା ୨୬/୦୧ ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଡି ଏନ କେ ଖେଳ ପଡ଼ିଆ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହୋଇଯାଇଛି।ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ଜଳ ସମ୍ପଦ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜନସାଧାରଣଙ୍କୁ ସମ୍ଭୋଧିତ କରିଥିଲେ । ଉତ୍ତମ କଯ୍ୟ ସମ୍ପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦେବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କର ନାମ ଘୋଷଣା କରି ସମ୍ବର୍ଦ୍ଧନା କରାଯାଇଥିଲା। ତାହା ସହ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସୁନ୍ଦର ପ୍ୟାରେଡ କରାଯିବା ସହ ବିଭିନ୍ନ ପ୍ରକାରର ନାଚ ଗୀତରେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ସେବା ପାଇଁ ଯଥା ସ୍ଵଛତା,ରୋଗୀ ସେବା ଏହି ଉତ୍ସଵ କୁ ଦେଖିବା ପାଇଁ ହଜାର ହଜାର ଲୋକ ଙ୍କ ଭିଡ଼ ଜମିଥିଲା । ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରିବା ଓ ଶିଶୁ ଯତ୍ନ କେନ୍ଦ୍ରରେ ମିଷ୍ଟାନ୍ନ ବଣ୍ଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା।

ad-week
Leave A Reply

Your email address will not be published.