ଫିରିଙ୍ଗିଆ ବିଡ଼ିଓଙ୍କ ଦ୍ଵାରା ସ୍କୁଲ ଗୃହ ଉଦ୍ ଘାଟନ

add-all

ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଟେଟେକାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଦୁଇଟି ଗୃହ ଗତ ଲଘୁଚାପ ଜନିତ ବର୍ଷା ଯୋଗୁଁ ଦୁଇ ଗୃହ ଉପରେ ଗଛ ପଡ଼ି ସମ୍ପୁର୍ଣ୍ଣ ଭାବେ ଘର ଭୁଷୁଡି ପଡିବାରୁ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଏହି ଖବର ପାଇ ସ୍ଥାନୀୟ ସରପଞ୍ଚ ଏସିଆ କହଁର ଘଟଣା ସ୍ଥଳରେ ପହଞ୍ଚି କିଭଳି ଛାତ୍ର ଛାତ୍ରୀ ଙ୍କ ପାଇଁ ନୂତନ ଗୃହ ନିର୍ମାଣ କରାଯାଇ ପାରିବ ତାହା ଉଚ୍ଚ କତୃପକ୍ଷଙ୍କୁ ଅବଗତ କରିଥିଲେ । ସରପଞ୍ଚଙ୍କ ଅବଗତ ପରେ ବିଡ଼ିଓ କ୍ଷୋବପ୍ରକାଶ କରିବା ସହ କିଭଳି ତୁରନ୍ତ ଛାତ୍ର ଛାତ୍ରୀ ଙ୍କ ପାଇଁ ସ୍କୁଲ ଗୃହ ନିର୍ମାଣ ହୋଇ ପାରିବ ବୋଲି ସେ ସରପଞ୍ଚ ଙ୍କୁ ପ୍ରତିଶୃତି ଦେଇଥିଲେ । ସ୍କୁଲ ଗୃହ ଭାଙ୍ଗି ଯିବା ପରେ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ପର୍ଯ୍ୟନ୍ତ ପଡୁଥିବା ଛାତ୍ର ଛାତ୍ରୀ ଗୋଟିଏ ଗୃହ ଶିକ୍ଷା ଗ୍ରହଣ କରୁଥିଲେ ।ଏହି ଖବର ପାଇ ଗୋଟିଏ ମାସ ନ ପୁରୁଣୁ ବିଡ଼ିଓ ରଶ୍ମୀରଂଜନ ମହନ୍ତ ଙ୍କ ପ୍ରଚେଷ୍ଟା ଏବଂ ମନୋବଳ ଯୋଗୁଁ ତୁରନ୍ତ ସ୍କୁଲ ଗୃହ ନିର୍ମାଣ ହୋଇଥିଲା । ବିଡ଼ିଓଙ୍କ ପ୍ରତିଶ୍ରୁତି ଓ ପ୍ରଚେଷ୍ଟା ଯୋଗୁଁ ସ୍କୁଲ ଗୃହ ନିର୍ମାଣ ହୋଇଥିବା ରୁ ଗ୍ରାମ ବାସୀ ସମେତ ଅବିଭାବକ ମହଲ ରେ ବିଡ଼ିଓ ଙ୍କୁ ସାଧୁବାଦ ଦେବା ସହ ଧନ୍ୟବାଦ ଦେଇ ଥିଲେ । ସ୍କୁଲ ଗୃହ ସମ୍ପୁର୍ଣ୍ଣ ନିର୍ମାଣ ହୋଇଥିବା ରୁ ଜାନୁଆରୀ ୨୬ ପତକା ଉତ୍ତୋଳନ ପରେ ବିଦ୍ୟାଳୟ ର ସ୍କୁଲ ଗୃହ ଉଦ୍ ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ମହନ୍ତ ଯୋଗଦେଇ ଉଦ୍ ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଏସିଆ କହଁର , ଭୃଙ୍ଗିଯୋଡି କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁମନ୍ତ କୁମାର ଭୂଇଁ, ଫିରିଙ୍ଗିଆ ବ୍ଲକ ମାଇରଟି ସଭାପତି ଯହନ ଦିଗାଲ, ସମିତି ସଭ୍ୟା ମହିମା କହଁର,ଭୃଙ୍ଗିଯୋଡି ଗ୍ରାମ ର ଉଆଡ୍ ମେମ୍ବର ସିଙ୍ଗୁରା କହଁର, ଗ୍ରାମ ପଞ୍ଚାୟତ ବିଜେଡ଼ି ସଭାପତି ଟ୍ରେସା ମଲିକ, ସ୍କୁଲ କମିଟି ସଭାପତି ଲମ୍ବୋଦର କହଁର,କୁଇ ସମାଜ ପଞ୍ଚାୟତ ସଭାପତି ବୃନ୍ଦାବନ କହଁର, କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ସ୍କୁଲ କମିଟି ସଦସ୍ୟ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟ ର ସ୍କୁଲ ଗୃହ ତୁରନ୍ତ ନିର୍ମାଣ ହୋଇ ଥିବା ଯୋଗୁ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ମହନ୍ତ ଙ୍କୁ ଭୃଙ୍ଗିଯୋଡି ଗ୍ରାମ ର ଅଗଣିତ ଭାଇ ଭଉଣୀ ମାନେ ଧନ୍ୟବାଦ ଦେଇ ଥିଲେ । ଶେଷରେ ସ୍କୁଲ ର ସମସ୍ୟା କଣ ରହିଛି ସେ ବିଷୟରେ ଆଲୋଚନା କରିବା ସହ କିଭଳି ଆଉରି ଦୁଇଟି ଶ୍ରେଣୀ ଗୃହ, ଗୋଟିଏ ରୋଷେଇ ଗୃହ ଏବଂ ବିଦ୍ୟାଳୟ ପାଣି ସମସ୍ୟା କିଭଳି ଅତି ସୁବିଧା ପାଇଁ ପାରିବେ ତାହା ଉପରେ ଗୁରୁତ୍ବ ଦେବା ଗ୍ରାମ ବାସୀ ଙ୍କୁ ପ୍ରତିଶୃତି ଦେଇଥିଲେ । ଏହା ପରେ ଗ୍ରାମ ବାସୀ ବିଡ଼ିଓ ମହାଶୟ ଙ୍କୁ ଭୁରି ଭୁରି ପ୍ରଶଂସା ସହିତ ଉନ୍ନତିମୂଳକ କାର୍ଯ୍ୟ ର ପ୍ରଦେକ୍ଷପ ନେଇ ଥିବାରୁ ବିଦ୍ୟାଦାତ୍ରୀ ଶରସ୍ବତୀ ଙ୍କ ନିକଟରେ ପ୍ରାର୍ଥନା ସହ ପ୍ରଶାସନ ଙ୍କୁ ଉତରତର ଉନ୍ନତି କାମନା କରିଥିଲେ ।

ad-week
Leave A Reply

Your email address will not be published.