ନବରଙ୍ଗପୁର ଷ୍ଟାଡିଅମ ରେ ଜିଲ୍ଲାସ୍ତରୀୟ 74ତମ ସାଧାରଣତନ୍ତ୍ର ଦିବସ ପାଳିତ

add-all

ନବରଙ୍ଗପୁର : ଜିଲ୍ଲା ସ୍ତରୀୟ 74ତମ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ଷ୍ଟାଡିୟମ ଠାରେ ଆୟୋଜିତ ୭୪ତମ ସାଧାରଣ ତନ୍ତ୍ର ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକା ଏସ୍ ସୁଶ୍ରୀ ଙ୍କ ସହ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ସମାରୋହ ରେ ପୋଲିସ ବାହିନୀ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ର 17 ଟି ସଂଗଠନ ପକ୍ଷରୁ ପ୍ୟାରେଡ଼ ରେ ଅଂଶଗ୍ରହଣ କରିବା ସହ ଜିଲ୍ଲା ର ବିଭିନ୍ନ ବିଭାଗର ସଚେତନ ରଥ ମଧ୍ୟ ଭାଗ ନେଇଥିଲେ l ଏ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ବଳିଦାନର ସ୍ମୃତି ଚାରଣ କରି ସାଧାରଣତନ୍ତ୍ର ଦିବସ ର ମହତ୍ତ୍ୱ ସହ ଭାରତୀୟ ସ୍ୱାଧୀନତା


ସଂଗ୍ରାମ ରେ ନବରଙ୍ଗପୁର ଜିଲ୍ଲା ର ଭୂମିକା ସମ୍ବନ୍ଧରେ ଜିଲ୍ଲାପାଳ ଡ଼ଃ ମିଶ୍ର ସୂଚନା ଦେଇଥିଲେ । ବିଭିନ୍ନ ସ୍କୁଲ, ଓ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା ।

ad-week
Leave A Reply

Your email address will not be published.