ପୁରୁଷ ହକି ବିଶ୍ବକପ୍‌: ଫାଇନାଲରେ ଜର୍ମାନି-ବେଲଜିୟମ୍‌ ମୁକାବିଲା…

add-all

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ବେଲଜିୟମ୍‌ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳର ଖେଳାଳି ଲଢ଼ିଛନ୍ତି। ନିୟମିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହେବାରୁ ପେନାଲ୍ଟି ସୁଟ୍ଆଉଟ୍‌ରେ ଫଳାଫଳ ବାହାରିଛି। ଶେଷରେ ବେଲଜିୟମ୍‌ ୨(୩)-୨(୨) ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି। ଏଥି ସହିତ ବିଗତ ଚାମ୍ପିଅନ୍‌ ବେଲଜିୟମ୍‌ ଫାଇନାଲ ଟିକେଟ ହାତେଇଛି। ବେଲଜିୟମ୍‌ ଓ ଜର୍ମାନି ଆସନ୍ତା ୨୯ ତାରିଖ ଦିନ ରାତି ୭ଟାରେ ଫାଇନାଲ ମ୍ୟାଚ୍‌ ଖେଳିବେ। ଫାଇନାଲ୍‌ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆ ୩ୟ ସ୍ଥାନ ପାଇଁ ଖେଳିବେ ୨୯ ତାରିଖ ଅପରାହ୍‌ଣ ସାଢ଼େ ୪ଟାରେ ଲଢ଼ିବେ।

ଆଜି ଏଠାରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ରୋମାଞ୍ଚକର ହୋଇଥିଲା। ଉଭୟ ଅଷ୍ଟ୍ରେଲିଆ ଓ ଜର୍ମାନି ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଜର୍ମାନି ଶେଷ ୨ ମିନିଟରେ ଓଲଟାପାଲଟା କରି କଙ୍ଗାରୁ ଦଳକୁ ୪-୨ ଗୋଲ୍‌ରେ ପରାସ୍ତ କରିଥିଲା।  ସେମିଫାଇନାଲରେ ବିଜୟୀ ହେଲା ପରେ ଜର୍ମାନି ଏବେ ଫାଇନାଲକୁ ଉନ୍ନୀତ ହୋଇଛି। ମ୍ୟାଚ୍‌ ଆରମ୍ଭ ହେବା ଠାରୁ ହାଫ୍‌ ଟାଇମ୍‌ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ ୨ଟି କ୍ବାର୍ଟରରେ ଅଷ୍ଟ୍ରେଲିଆ ୨ଟି ଗୋଲ୍‌ (୧୧ ଓ ୨୬ ମିନିଟ୍‌) ଦେଇଥିଲା। ତୃତୀୟ କ୍ବାର୍ଟରରେ ମଧ୍ୟ ଗୋଟିଏ ଗୋଲ୍‌ ଦେଇଥିଲା। କିନ୍ତୁ ଜର୍ମାନି ୩ୟ କ୍ବାର୍ଟର ବେଳକୁ ଫର୍ମକୁ ଫେରିସାରିଥିଲା। ୩ୟ କ୍ବାର୍ଟରରେ ଜର୍ମାନି ଗୋଟିଏ ଗୋଲ୍‌ ଦେଇଥିବା ବେଳେ ଶେଷ କ୍ବାର୍ଟରରେ ୩ଟି ଗୋଲ୍‌ ମାରିଥିଲା। ଗୋଞ୍ଜାଲୋ ପେଇଲାଟ୍‌ ସର୍ବାଧିକ ୩ଟି ପେନାଲ୍ଟି ଗୋଲ୍‌ ଦେଇଥିଲେ। ସେ ୪୨, ୫୧ ଓ ୫୮ ମିନିଟ୍‌ରେ ଗୋଲ୍‌ ଦେଇଥିଲେ। ତେବେ ମ୍ୟାଚ୍‌ ୩-୩ ଗୋଲ୍‌ରେ ସମାନ ସ୍ତରରେ ଥିବା ବେଳେ ୫୯ ମିନିଟ୍‌ରେ ନିକଲାସ୍‌ ୱେଲେନ୍‌ ଏକ ଚମତ୍କାର ଫିଲ୍ଡ ଗୋଲ୍‌ ଦେଇ ଜର୍ମାନିକୁ ବିଜୟ ମୁକୁଟ ପିନ୍ଧାଇଥିଲେ।

ad-week
Leave A Reply

Your email address will not be published.