କଂଗ୍ରେସ ଦଳ ପକ୍ଷରୁ ହାତ୍ ସେ ହାତ୍ ଯୋଡ଼ ଅଭିଯାନ ଆରମ୍ଭ…

ଦାରିଙ୍ଗବାଡି, ୨୭/୦୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଠାରେ ଆଜି କଂଗ୍ରେସ ଦଳ ପକ୍ଷରୁ ହାତ୍ ସେ ହାତ୍ ଯୋଡ଼ ଅଭିଯାନ ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ଭାରତ ଯୋଡ଼ ଯାତ୍ରା ସରିବା ପରେ ପୁଣି ଆରମ୍ଭ କରିଛନ୍ତି ହାତ୍ ସେ ହାତ୍ ଯୋଡ଼ ଅଭିଯାନ। ଏହି ଅଭିଯାନ ଜାନୁୟାରୀ ୨୭ ତାରିଖରୁ ଆରମ୍ଭ ହୋଇ ଏହା ଇଲେକ୍ସନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଛି।ଏହା କେବଳ ଜିଲ୍ଲା କଂଗ୍ରେସ କାର୍ଯ୍ୟ ନିର୍ବାହୀକା କମିଟି ସଭ୍ୟ ବିଦ୍ୟାଧର ମଲିକଙ୍କ ନେତୃତ୍ବରେ ହୋଇଥିବା ବେଳେ ଏଠାରେ କୃଷକ ସେଲ୍ ବ୍ଲକ୍ ସଭାପତି ଅମନ ନାୟକ ଏବଂ ବରିଷ୍ଠ କଂଗ୍ରେସ କର୍ମୀ ତଥା ଏଲିୟାଶ ପ୍ରଧାନ, ଅମୁଲ୍ୟ ନାୟକ, ସୋନ୍ତସ ପ୍ରଧାନ, ଶିବାନନ୍ଦ ଯୋତି ରାଜ ଲିମା, ସଂଗ୍ରାମ ପ୍ରଧାନ ଏବଂ ଅଭି ଦିଗାଲ ଯୋଗ ଦେଇଥିବା ବେଳେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଏହି ଅଭିଯାନ ରେ ହାତକୁ ହାତ ଧରି କଂଗ୍ରେସକୁ ଦୃଢ କରିବା ପାଇଁ ଚେଷ୍ଠା ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.