
ଦାରିଙ୍ଗବାଡ଼ି : ସାରା ଦେଶ ପାଳିଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦାରିଙ୍ଗବାଡ଼ି ରେ ମଧ୍ୟ ଏହାକୁ ବ୍ଲକ ସ୍ତରୀୟ ପାଳନ କରାଯାଇଛି l ସକାଳ ୭ ଘଣ୍ଟ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା l ପରେ ପରେ ଦାରିଙ୍ଗବାଡ଼ି ଆଇଟିଆଇ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ଼ଃ ଅଶୋକ କୁମାର ଦାସ, ଥାନା ଅଧିକାରୀ କୌଶିକ ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର, ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସମୁଦାୟ ୩୨ ଟି ଦଳ ସମ୍ମିଳିତ ପ୍ୟାରେଡରେ ଭାଗ ନେଇଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ତହସିଲଦାର ଡ଼ଃ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତ ବର୍ଷ କଟକଣା ହଟିଥିବାରୁ ପୂର୍ବବର୍ଷ ମାନଙ୍କ ଭଳି ପୁଣି ଥରେ ମହା ଆଡ଼ମ୍ବରରେ ଦାରିଙ୍ଗବାଡ଼ିରେ ପାଳନ କରାଯାଇଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।