ଘରୋଇ ଶିକ୍ଷାନୁଷ୍ଠାନ ମାଲିକଙ୍କ ତ୍ରିରଙ୍ଗାକୁ ଅସମ୍ମାନ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମା ଘଡ଼େଇ ରେସିଡେନସିଆଲ ଜୁନିଅର ମହାବିଦ୍ୟାଳୟ ଗତକାଲି ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ, ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ମାଲକାନଗିରି ମାନସ ମାଡ଼କାମି ମହୋଦୟଙ୍କୁ ଆମନ୍ତ୍ରଣ କରାଯାଇଥିଲା। ବରିଷ୍ଠ ନେତା ତଥା ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକଙ୍କ ସାମ୍ନାରେ ତ୍ରିରଙ୍ଗାଉପରେ ଜୋତା ପିନ୍ଧି ପତକାକୁ ଉତ୍ତୋଳନ କରୁଥିବା ଦୃଶ୍ୟମାନ ହୋଇଛି । ମହାବିଦ୍ୟାଳୟର ମ୍ୟାନେଜୀଙ୍ଗ ଡାଇରେକ୍ଟର ସୁରେଶ ଚନ୍ଦ୍ର ଘଡେଇ ମହାଶୟଙ୍କର କାର୍ଯ୍ୟକଳାପ ଦେଖିଲେ ଜଣାପଡିବ ଯେ କିଭଳି ଭାବରେ ମହାଶୟ ନିଜେ ଜଣେ ବରିଷ୍ଠ ସଚେତନ ନାଗରିକ ହୋଇ ଜାତୀୟ ପତାକା କୁ ଅସମ୍ମାନ କରିଛନ୍ତି। ଗୋଡ଼ ତଳେ ତ୍ରିରଙ୍ଗା ରଖି ଭକ୍ତିରେ ଧୂପ ପ୍ରଜଳନ କରୁଛନ୍ତି ମହାଶୟ। କିଛି ଏଭଳି ଭିଡିଓ ବେଶ ଭାଇରାଲ ହେବା ସହ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି। ଜଣେ ଶିକ୍ଷା ଅନୁଷ୍ଠାନର ମାଲିକ ହୋଇ ଏଭଳି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଏହି ମହାଶୟ ଯଦି ଆପଣ ଏଭଳି ଶିଖାଇବେ ତାହେଲେ ପିଲାଏ କ’ଣ ଶିଖିବେ। ତ୍ରିରଙ୍ଗା କୁ ଅସମ୍ମାନଦେଖିଲା ପରେ ଜିଲ୍ଲାର ସାଧାରଣ ନାଗରିକ ସହିତ ବୁଦ୍ଧିଜୀବୀ ମହଲରେ ବେଶ୍ ନିନ୍ଦା କରିବା ସହ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଦାବି ହେଉଛି ।

ad-week
Leave A Reply

Your email address will not be published.