
ବ୍ରହ୍ମପୁର : ସ୍ଥାନୀୟ ବ୍ରହ୍ମାନଗର ୧ମ ସାରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମେରି ଜାନ୍ ହିନ୍ଦୁସ୍ତାନ୍-୨୦୨୩” ସ୍ଥାନୀୟ ହିଲ୍ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ସମସ୍ତ ଅତିଥିମାନଙ୍କ ଗହଣରେ ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତା ତଥା ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଅର୍ବାନ କର୍ପୋରେଟିଭ୍ ବ୍ୟାଙ୍କ ସଭାପତି ଆର୍. ମୂରଲି ମୋହନ, ଏସ୍ଏମ୍ଆଇଟି ସଭାପତି ଡଃ. ଭଗବାନ ଗନ୍ତାୟତ, ସମାଜସେବୀ ତଥା ଗଞ୍ଜାମ ମଂଚ କଳାକାର ସଂଘ ସଭାପତି କେ. ବଳରାମ ଦାଶ, ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ, ବିଏମ୍ସି କର୍ପୋରେଟର୍ ସଞ୍ଜିତ କୁମାର ପାଣିଗ୍ରାହୀ, ମଳୟ କୁମାର ବିଷୋୟୀ, ଶିକ୍ଷା କଲେଜ୍ ଚେୟାରମ୍ୟାନ୍ ଜୁଲିରାଣୀ ପାତ୍ର, ଏଚିଭର୍ସ ପଏଣ୍ଟ୍ ନିର୍ଦ୍ଦେଶକ ଆଶିଷ କୁମାର କର, ଯୁବ ବିଜେଡ଼ି ସମ୍ପାଦକ ମୁକୁନ୍ଦ ଗୌଡ଼, ଗଞ୍ଜାମ ଜୋନ୍ ଛାତ୍ର ବିଜେଡ଼ି ସଭାପତି ଜ୍ୟୋତିରଞ୍ଜନ ସାହୁ, ନଗର ଛାତ୍ର ବିଜେଡ଼ି ସଭାପତି ସୋଭନ୍ ଦାଶ ଓ ସାମ୍ବାଦିକ ସୁଦିପ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମବେତ ବିଦ୍ୟାର୍ଥିଙ୍କୁ ଜନରାଜ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ସହ ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏଥିରେ ହେଭେନ୍ କିଣ୍ଡର ଗାର୍ଡ଼େନ ପ୍ଲେ ସ୍କୁଲ୍ ଓ କିଡ୍ ଜି ସ୍କୁଲ୍ର ଦଳଗତ ନୃତ୍ୟକୁ ପୁରସ୍କୃତ କରାଯାଇଥିଲା । କ୍ରାନ୍ତି ଅନୁଷ୍ଠାନର କୁନି କଳାକାରଙ୍କ ପରିବେଶିତ ଦେଶାତ୍ମବୋଧକ ନୃତ୍ୟ ଦର୍ଶକମାନଙ୍କ ମନଛୁଆଁ ହୋଇପାରିଥିଲା । ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରାୟ ୧୦୦୦ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ ଉଦ୍ଘୋଷକ ରୂପେ ଦାୟିତ୍ୱ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନରେ ସଞ୍ଜୟ କୁମାର ରଥ, ଶ୍ରୀମତୀ ନିର୍ମଳା ଦାଶ, ସରୋଜ କୁମାର ସାହୁ, ପ୍ରଣବ କୁମାର ପଣ୍ଡା, ଅନିଲ୍ କୁମାର ସେଠୀ, ଲିଙ୍ଗରାଜ ପଟ୍ଟନାୟକ, ଅରୁଣ ପଟ୍ଟନାୟକ, ଭାବନାଥ ସାହୁ, ସ୍ନିଗ୍ଧାରାଣୀ ମହାରଣା, ଦିଲେଶ୍ ରାଓ, ଅବିନାଶ ନାୟକ, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।