ଯୁବ ସାମ୍ବାଦିକଙ୍କ ବିୟୋଗରେ ଛତ୍ରପୁର ପ୍ରେସକ୍ଳବ ପକ୍ଷରୁ ଶୋକସଭା…

add-all

ଛତ୍ରପୁର : ବ୍ରହ୍ମପୁର ର ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ବିୟୋଗରେ ଶୁକ୍ରବାର ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଏକ ଶୋକ ସଭା ଛତ୍ରପୁର ପ୍ରେସ କ୍ଳବ ପରିସରରେ ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗତ 25 ତାରିଖ ସକାଳେ ହୃଦଘାତ ରେ ତାଙ୍କର ଦେହାନ୍ତ ଘଟିଥିଲେ l ସେ ଦୈନିକ ସକାଳ ଖବର କାଗଜ ରେ କ୍ରାଇମ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ l ସେ ଜଣେ ଦକ୍ଷ ଏବଂ ସଚ୍ଚୋଟ ସାମ୍ବାଦିକ ଭାବେ ଦକ୍ଷିଣ ଓଡ଼ିଶାରେ ବେଶ ପ୍ରସିଦ୍ଧ ଲାଭ କରିଥିବା ବେଳେ ତାଙ୍କ ଦେହାନ୍ତରେ ସମସ୍ତ ସାମ୍ୱାଦିକଙ୍କ ଗହଣରେ ଏକ ଦୁଃଖ ର କଳା ବାଦଲ ଘେରିଯାଇଛି l ତାଙ୍କର ଅକାଳ ମୃତ୍ୟୁ ସାମ୍ବାଦିକଙ୍କ ମହଲରେ ଏକ ଅପୂରଣୀୟ କ୍ଷତି ବୋଲି ଛତ୍ରପୁର ପ୍ରେସ କ୍ଳବର ଉପଦେଷ୍ଟା ରବୀନ୍ଦ୍ର କୁମାର ପଣ୍ଡା ବୋଲି କହିଥିଲେ l ଏହା ସହ ତାଙ୍କ ଆଦର୍ଶ କୁ ଅନୁପ୍ରାଣିତ ହୋଇ ସମସ୍ତ ସାମ୍ବାଦିକ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ l ଏହି ଶୋକ ସଭା ରେ ଛତ୍ରପୁର ପ୍ରେସ କ୍ଳବର ଉପଦେଷ୍ଟା ରବୀନ୍ଦ୍ର କୁମାର ପଣ୍ଡା,ରବିନ୍ଦ୍ର ନାଥ ପଣ୍ଡା,ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ଉପସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧୀର କୁମାର ନାହାକ , କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, କାର୍ଯ୍ୟକାରୀ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ସାହୁ, ଅଜିତ ସ୍ୱାଇଁ, ସଭ୍ୟ କେ. ସତ୍ୟନାରାୟଣ ରେଡ୍ଡୀ,ଅଶୋକ କୁମାର ବେହେରା, ବିସ୍ମୟ ପ୍ରଧାନ, ଭଗବାନ ରାଉଳ,ସନ୍ତୋଷ କୁମାର ସାହୁ,ରବିନ୍ଦ୍ର ନାହାକ,ପ୍ରଦୀପ କୁମାର ସାହୁ, କିଶୋର ଚନ୍ଦ୍ର ମହାନ୍ତି,ଦେବବ୍ରତ ପଣ୍ଡା,କେ.ରମେଶ, ଗୌର ପ୍ରସାଦ ମହାପାତ୍ର ଓ ଅମିତ ରାଉଳ ପ୍ରମୁଖ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାର ସତଗତି କାମନା କରିଥିଲେ l

ad-week
Leave A Reply

Your email address will not be published.