ବ୍ରହ୍ମପୁର ପୋଲିସ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ

add-all

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ କବ୍‌ଜାରେ ଏକ ଲୁଟେରା ଗ୍ୟାଙ୍ଗ୍ । ଏଠାରେ ସୂଚନା ଥାଉକି ଗୋଳନ୍ଥରା ଗ୍ରାମର କାଳୁ ପ୍ରଧାନ ଗତ ୨୩ ତାରିଖରେ ତାଙ୍କ ଘରୁ ଡ଼କାୟତି ହୋଇଥିବା କୁ ନେଇ ଅଭିଯୋଗ କରିଥିଲେ । କିଛି ଦୁର୍ବୃତ ୨୨ ତାରିଖ ମଧ୍ୟ ରାତ୍ରିରେ ତାଙ୍କ ଘରେ ପଶି ୨୦ ତୁଳା ସୁନା ଅଳଙ୍କାର ଏବଂ ୧୦ ଲକ୍ଷ ଟଙ୍କା ଆଲିମିରା କବାଟ ଭାଙ୍ଗି ଲୁଟି ନେଇଥିବା ଅଭିଯୋଗ କରିଥିଲେ । ଏହାକୁ ଭିତି କରି ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ସଂକ୍ରାନ୍ତରେ ପୋଲିସ ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମର କେ. ସାମ୍ବାରୀ ଓରଫ୍ କେ. ରାଜେସ୍‌, ପାତ୍ରପୁର ଥାନା ଅନ୍ତର୍ଗତ ଡ଼େଙ୍ଗାଳିଆ ଗ୍ରାମର ଜିତୁ ପାତ୍ର, ଭୁବନେଶ୍ୱର ନିଳାଦ୍ରୀ ବିହାରର ସୁଜନ ପ୍ରଧାନ, ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଠ ଖଣ୍ଡି ଗ୍ରାମର ମିଥୁନ୍ ନାୟକକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଏହି ଚୋରି ସୁନାକୁ କିଣି ଥିବା ଅଭିଯୋଗରେ ଆସିକାର ଏ. ବାବୁ ଆଚାରୀଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ଠାରୁ ୧୬୨ ଗ୍ରାମର ସୁନା ମଧ୍ୟ ଜବତ ହୋଇଛି । ଏହି ଲୁଟେରା ଗ୍ୟାଙ୍ଗ୍ ଦୀର୍ଘ ଦିନ ହେଲା ବିଭିନ୍ନ ଥାନା ଇଲାକାରେ ଲୁଟ୍‌ପାଟ୍ ଚଳାଇଥିବା ଜଣାପଡ଼ିଛି । ସଦର ଥାନା ଅନ୍ତର୍ଗତ ସୂର୍ଯ୍ୟନଗର, କୁକୁଡ଼ାଖଣ୍ଡି, ଅଚଂଳରେ ମଧ୍ୟ ସେମାନେ ବିଭିନ୍ନ ଡ଼କାୟତିରେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ତାଙ୍କ ଠାରୁ ୫ ଟି ସୁନା ଚେ୍‌ନ୍‌, ମଙ୍ଗଳସୂତ୍ର ଲକେଟ୍‌, ଝିଗିନି ଲକେଟ୍‌, କାନ ଫୁଲ ଆଦି ବିପୁଳ ପରିମାଣର ସୁନା ଜବତ ହୋଇଥିଲା । ଏହି ଡ଼କାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ ସହ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ହୋଇଥିବା ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.